ଢ଼ାଲି ଓ ପ୍ରେମାନନ୍ଦଙ୍କ ବିଧାୟକ ପଦ ରଦ୍ଦ

ଭୁବନେଶ୍ୱର,୧୧/୪(ସତ୍ୟପାଠ ବ୍ୟୁରୋ):  ରଦ୍ଦ ହେଲା ଦୁଇ ବିଧାୟକଙ୍କ ସଭ୍ୟ ପଦ । ଅରବିନ୍ଦ ଢାଲି ଏବଂ ପ୍ରେମାନନ୍ଦ ନାୟକଙ୍କ ବିଧାନସଭା ସଭ୍ୟ ପଦ ରଦ୍ଦ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।

 ସମ୍ବିଧାନର ନିୟମ ମୁତାବକ କାର୍ୟ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ଖିନଥିଲେ ଦୁଇ ବିଧାୟକ । ଏହାପରେ ବାଚସ୍ପତି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ତେବେ ନିକଟରେ ଏହି ଦୁଇ ବିଧାୟକ ବିଜେଡି ଛାଡି ବିଜେପିରେ ସାମିଲ ହେଇଛନ୍ତି । ଏପରିକି ଅରବିନ୍ଦ ଢାଲିଙ୍କୁ ବିଜେପି ଜୟଦେବ ଆସନରୁ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ମଧ୍ୟ ଘୋଷଣା କରିଥିଲା । ଅନ୍ୟପଟେ ପ୍ରେମାନନ୍ଦ ମଧ୍ୟ ଟିକେଟ୍ ପାଇବା ପାଇଁ ରେସରେ ଅଛନ୍ତି ।

Related Posts