ବିଜେଡି ବିଧାୟକ ପ୍ରଫୁଲ ସାମଲ ଓ ପୁଅ ପ୍ରୟାସକାନ୍ତିଙ୍କୁ ସମନ କଲା ଇଡି

 ଭୁବନେଶ୍ୱର,୧୭/୨(ସତ୍ୟପାଠ ବ୍ୟୁରୋ):  ଭଣ୍ଡାରୀପୋଖରୀରେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲ ଏବଂ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ସମନ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ବରପଦା ଇଂଜିନୟରିଂ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଇଡି ଏହି ସମନ କରିଛି ।

୧୫ ତାରିଖରେ ଇଡି ଭଦ୍ରକ ଏବଂ ଭୁବନେଶ୍ୱରର ବିଭିନ୍ନ ଠିକଣାରେ ଚଢାଉ କରିଥିଲା । ଏହି ସମୟରେ ବିଧାୟକଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ପଳାଶପଲ୍ଲୀ ଘରୁ ୯ ଲକ୍ଷ ଟଙ୍କା ସହିତ ଏକ ଫରଚ୍ୟୁନାର କାର ଜବତ ହୋଇଛି । ଜବତ ହୋଇଥିବା କାରଟି ତ୍ରିଷ୍ନା ବିଲଡର ନାମରେ ରହିଥିବା ଜଣାପଡିଛି । ଏବେ ଇଡି ସମନ କରି ଆର୍ଥିକ ଅନିୟମିତତାର ଗୁମର ଖୋଲିବ । ଉଭୟଙ୍କୁ ଆବଶ୍ୟକ ଦସ୍ତାବିଜ ଧରି ହାଜର ହେବାକୁ କୁହାଯାଇଥିବା ସୂଚନା ରହିଛି ।

Related Posts