ଆକ୍ସନ ମୁଡ୍‌ରେ ନିର୍ବାଚନ ଆୟୋଗ; ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୬ ରାଜ୍ୟର ଗୃହ ସଚିବଙ୍କୁ ହଟାଇଲେ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ତାରିଖ ଘୋଷଣା ସହିତ ଆକ୍ସନ ମୁଡ୍‌ରେ ନିର୍ବାଚନ ଆୟୋଗ। ବିଦା ହେଲେ ୬ ରାଜ୍ୟର ଗୃହ ସଚିବ। ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ କୁହାଯାଇଛି।

କେବଳ ସେତିକି ନୁହେଁ ମିଜୋରାମ ଓ ହିମାଚଳ ପ୍ରଦେଶର ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ନିର୍ବାଚନ ଆୟୋଗ ବୃହାନମୁମ୍ବାଇ ନଗର ନିଗମର କମିଶନର ଇକବାଲ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇ ଦେଇଛନ୍ତି। କେବଳ ସେତିକି ନୁହେଁ ମିଜୋରାମ ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲଉଥିବା ଜିଏଡି ସଚିବଙ୍କୁ ମଧ୍ୟ ବିଦା କରାଯାଇଛି। ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ସାରା ଦେଶରେ ନିର୍ବାଚନ ତାରିଖ ଘୋଷଣା ସରିଛି। ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଜୁନ୍‌ ୪ ତାରିଖରେ ଫଳାଫଳ ଆସିବ।

Related Posts