ନିର୍ବାଚନ କମିସନଙ୍କ ସ୍ୱାଧୀନତାକୁ ସରକାରମାନେ ଧ୍ୱଂସ କରିଦେଇଛନ୍ତି: ସୁପ୍ରିମ କୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କ୍ରମାଗତ ଭାବେ ସରକାରମାନେ ନିର୍ବାଚନ କମିସନଙ୍କ ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଦେଇଛନ୍ତି। ୧୯୯୬ ମସିହାରୁ କୌଣସି ମୁଖ୍ୟ ନିର୍ବାଚନ କମିସନରଙ୍କୁ ନିଜ ପଦରେ ପୂର୍ଣ୍ଣ ୬ ବର୍ଷର କାର୍ଯ୍ୟକାଳ ମିଳିନାହିଁ। ଏହା ଉପରେ ଅସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟର ସାମ୍ବାଧାନିକ ଖଣ୍ଡପୀଠ ଏପରି କହିଛନ୍ତି।ସୁପ୍ରିମକୋର୍ଟରେ ଏକ ସାମ୍ବିଧାନିକ ଖଣ୍ଡପୀଠ ମଙ୍ଗଳବାର ଦେଶର ନିର୍ବାଚନ କମିଶନର (ଇସି) ନିଯୁକ୍ତି ପାଇଁ କୌଣସି ଆଇନର ଧାରା ନରହିବା ଏକ “ଭୟଙ୍କର ଖରାପ ଧାରା” ରେ ପରିଣତ ହୋଇଛି। ଯାହାର ଫାଇଦା ସରକାରମାନେ ନେଉଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ଖଣ୍ଡପୀଠ ଏ ପ୍ରସଙ୍ଗରେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ନିର୍ବାଚନ କମିସନର (ଇସି)ଙ୍କୁ କିଭଳି ଚୟନ କରାଯିବ ସେନେଇ ସମ୍ବିଧାନର କୌଣସି ବ୍ୟବସ୍ଥା ନାହିଁ। ଯାହାର ଫାଇଦା ନେଇ ରାଜନୈତିକ ଦଳମାନେ ବ୍ୟବହାର କରୁଛନ୍ତି। ଏହା ଆଦୌ ଠିକ୍ ନୁହେଁ। ଶେଷ ଥର ପାଇଁ ୧୯୯୦ରୁ ୧୯୯୬ ଟିଏନ୍ ସେସାନ୍ ଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ ଥିଲେ। ଯିଏକି ତାଙ୍କ ସମ୍ପୂର୍ଣ କାର୍ଯ୍ୟକାଳ ପୂରଣ କରିଥିଲେ। ଏହାପରେ ଯେଉଁମାନେ ଏହି ପଦବୀରେ ବସିଛନ୍ତି ସେମାନେ ନିହାର ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାନ୍ତି ବା ସେ ସୁଯୋଗ ଦିଆଯାଇନାହିଁ।

ସରକାର ଯାହା କରି ଆସୁଛନ୍ତି, ତାହା ହେଉଛି ଜନ୍ମ ତାରିଖ ଜାଣିଥିବାରୁ ସିଇସି ଭାବେ ଯିଏ ନିଯୁକ୍ତି ପାଉଛନ୍ତି, ତାକୁ ଏପରି ଭାବେ ନିଯୁକ୍ତି ଦିଆଯାଉଛି ଯେମିତି କେହି ଛଅ ବର୍ଷ କାର୍ଯ୍ୟକାଳ ପୂରଣ କରିବେ ନାହିଁ। ୟୁପିଏ ସରକାର ହେଉ କିମ୍ବା ଏହି ଏନଡିଏ ସରକାର, ଏହା ଏକ ଟ୍ରେଣ୍ଡ୍ ହୋଇ ରହିଛି ବୋଲି ଜଷ୍ଟିସ୍ କେ. ଏମ୍. ଯୋଶେଫଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

Related Posts