ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟର ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା । ତେବେ ସ୍ୱତନ୍ତ୍ର ନିର୍ବାଚନ ତାଲିକା ପର୍ଯ୍ୟବେକ୍ଷକ ସୁବ୍ରତ ଗୁପ୍ତା କହିଛନ୍ତି ଯେ ବିଧାନସଭା ନିର୍ବାଚନ ପାଇଁ ଗଣନା ଆରମ୍ଭ ହେବା ସହିତ ପଶ୍ଚିମବଙ୍ଗରେ କୌଣସି ସ୍ଥାନରେ ବିଜୟ ରାଲିକୁ ଅନୁମତି ଦିଆଯିବ ନାହିଁ । ବିଭିନ୍ନ ଦଳର ଏଜେଣ୍ଟମାନେ ଗଣନା କେନ୍ଦ୍ରରେ ପହଞ୍ଚି ପାରୁ ନଥିବା ନେଇ ନିର୍ବାଚନ ପ୍ୟାନେଲ ବିଭିନ୍ନ ଅଭିଯୋଗ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କୋଲକାତା ପୋଲିସ ପକ୍ଷରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ପୋଲିସ ଅନୁମତି ନେଇ ବିଜୟ ଉତ୍ସବ କରିପାରିବେ ଦଳ ।