୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର: OERC ସଚିବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢ଼ିବ ନାହିଁ ବିଦ୍ୟୁତ ଦର । ଏନେଇ ଙଋଜଉ ସଚିବ ପ୍ରେସମିଟ କରି ସୂଚନା ଦେଇଛନ୍ତି । ସେପଟେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ବିଦ୍ୟୁତ୍ ଦର । ଡିଜିଟାଲ୍ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ମିଳିବ । ପୂର୍ବରୁ ଡିଜିଟାଲ୍ ପେମେଣ୍ଟ କଲେ ୨ ପ୍ରତିଶତ ରିହାତି ମିଳୁଥିଲା । ଏଥି ସହିତ OPTCL ଟ୍ରାନ୍ସମିସନ୍ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି ।

ଡିସକମ୍ ପାଖରେ ଥିବା ଅର୍ଥକୁ ତାରିଫ୍ରେ ବାଲାନ୍ସ କରିଦିଆଯାଇଛି । ଏହି ଅର୍ଥକୁ ବ୍ୟବହାର କରି ଦର ଅପରିବର୍ତ୍ତିତ ରହିଛି । ଚଳିତ ବର୍ଷ ୧୯ ପଇସା ପାୱାର ପରଚେଜ୍ ଦରରେ ବୃଦ୍ଧି କରାଯାଇଛି । କିନ୍ତୁ ଏହି ବୃଦ୍ଧି ଖାଉଟିଙ୍କ ଉପରେ ଲାଗୁ କରାଯିବ ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts