ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ବର ପ୍ରଥମ ଟ୍ରିଲିୟନେୟାର ହେଲେ ଏଲନ୍ ମସ୍କ । ସ୍ପେସ୍ଏକ୍ସର ଆଇପିଓ ଆସିବା ପରେ ସେ ବିଶ୍ବର ପ୍ରଥମ ଟ୍ରିଲିୟନେୟାର ବା ୧ ଲକ୍ଷ କୋଟି ଡଲାର ମୂଲ୍ୟର ସମ୍ପତ୍ତି ଥିବା ବ୍ୟକ୍ତିରେ ପରିଣତ ହୋଇଛନ୍ତି। ରଏଟର୍ସର ରିପୋର୍ଟ ଅନୁଯାୟୀ ସ୍ପେସ୍ଏକ୍ସ ଏହାର ଆଇପିଓ ଜରିଆରେ ୭୫ ବିଲିଅନ୍ ଡଲାର ସଂଗ୍ରହ କରିବାରେ ସକ୍ଷମ ହୋଇଛି।
ଏହି ଐତିହାସିକ ଆଇପିଓ ପରେ କମ୍ପାନିର ମୂଲ୍ୟ ଦ୍ରୁତଗତିରେ ବଢ଼ିଯାଇଛି ଏବଂ ମସ୍କଙ୍କ ନିଟ୍ ସମ୍ପତ୍ତି ୧ ଟ୍ରିଲିଅନ୍ ଡଲାର ବା ୧ ଲକ୍ଷ କୋଟି ଡଲାର ଅତିକ୍ରମ କରି ୧.୧ ଟ୍ରିଲିଅନ୍ ଡଲାରରେ ପହଞ୍ଚିଛି। ଯାହାକୁ ନେଇ ସାରା ବିଷୟରେ ଚର୍ଚ୍ଚା ଜୋର୍ ଧରିଛି ।
