ଶ୍ରୀନଗର କୁଲ୍‌ଗାମ୍‌ର ମିଶିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ 2 ଆତଙ୍କି ନିପାତ

ଶ୍ରୀନଗର : କୁଲ୍‌ଗାମ୍‌ର ମିଶିପୋରା ଅଞ୍ଚଳରେ ଏନ୍‌କାଉଣ୍ଟର ।ଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀ ମାନେ ଲୁଚିଥିବା ସୂଚନା ପାଇ ସୁରକ୍ଷାକର୍ମୀମାନେ ମଙ୍ଗଳବାର ଅଭିଯାନ ଆରମ୍ଭ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ସୁରକ୍ଷାକର୍ମୀ ପ୍ରଥମେ ଆତଙ୍କବାଦୀଙ୍କୁ ଗୁଳି କରିବା ପରେ ଆତଙ୍କବାଦୀମାନେ ମିଶିପୋରାରୁ ଫେରାର ହୋଇଯାଇଥିଲେ।

କିନ୍ତୁ ସୁରକ୍ଷାକର୍ମୀଙ୍କ ତଲାସି ଅଭିଯାନ ଏବେ ଜାରି ରହିଛି। ଏହାପରେ ଗୁରୁବାର ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି। କଶ୍ମୀର ଆଇଜି ବିଜୟ କୁମାରଙ୍କ ଅନୁସାରେ କୁଲ୍‌ଗାମ୍‌ ସଂଘର୍ଷରେ ଶିକ୍ଷୟିତ୍ରୀ ରଜନୀବାଲା ହତ୍ୟା ଘଟଣାରେ ଯଡ଼ିତ ଥିବା ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

ସେ କହିଛନ୍ତି ସମ୍ପୃକ୍ତ ଅଞ୍ଚଳରେ ଏବେ ତଲାସି ଅଭିଯାନ ଜାରି ରହିଛି। ବର୍ତ୍ତମାନ ଅନନ୍ତନାଗ ଜିଲ୍ଲାର ହଙ୍ଗଲଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଛି ।

Related Posts