ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଇଏନ୍ ମୋର୍ଗାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କଲେ ଇଂଲଣ୍ଡର ସୀମିତ ଓଭର ଫର୍ମାଟ୍ ଅଧିନାୟକ ଇଏନ୍ ମୋର୍ଗାନ୍ । ଇଂଲଣ୍ଡର ସର୍ବାଧିକ ରନ୍ ସ୍କୋରର ତଥା ଦିନିକିଆ କ୍ରିକେଟର ସବୁଠାରୁ ସଫଳ ଅଧିନାୟକ ୩୫ ବର୍ଷୀୟ ମୋର୍ଗାନ୍ ଆଜି ନିଜ ଅବସର ବାବଦରେ ଘୋଷଣା କରିଛନ୍ତି |

୧୩ ଶତକ ସହ ୨୨୫ଟି ଦିନିକିଆରେ ମୋର୍ଗାନ ଇଂଲଣ୍ଡ ପାଇଁ ୬୯୫୭ ରନ୍ ସଂଗ୍ରହ କରିଥିବାବେଳେ ତାଙ୍କ ଅଧିନାୟକତ୍ୱ କ୍ୟାରିୟରରେ ୨୦୧୯ରେ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଟାଇଟଲ୍ ଇଂଲଣ୍ଡ ହାସଲ କରିଥିଲା |

୨୦୧୫ ରେ ଆଲଷ୍ଟାୟର୍ କୁକଙ୍କ ପରେ ଅଧିନାୟକ ହେବା ପରେ ମୋର୍ଗାନ୍ ୧୨୬ଟି ଦିନିକିଆ ଏବଂ ୭୨ଟି ଟି -୨୦ ମ୍ୟାଚରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି | ଏହି ସମୟ ମଧ୍ୟରେ, ଇଂଲଣ୍ଡ ତାଙ୍କ ଅଧିନାୟକତ୍ୱରେ ୨୦୧୬ରେ ଟି -୨୦ ବିଶ୍ୱକପରେ ରନର୍ସ ଅପ୍ ହୋଇଥିଲା ଏବଂ ପରେ ଦଳ ୨୦୧୯ରେ ବିଶ୍ୱକପ୍ ଜିତିଥିଲା ​​|

୨୦୦୯ରେ ଇଂଲଣ୍ଡ ପାଇଁ ଖେଳିବା ପୂର୍ବରୁ ମୋର୍ଗାନ ଆୟର୍ଲାଣ୍ଡର କ୍ୟାପଟେନ ଥିଲେ | ଅବସର ବିଷୟରେ ଘୋଷଣା କରି ମୋର୍ଗାନ କହିଛନ୍ତି: “ବହୁ ବିଚାର ବିମର୍ଶ ପରେ ମୁଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରୁଛି। ମୋ କ୍ୟାରିୟରର ସବୁଠୁ ଖୁସି ସମୟକୁ ବିଦାୟ କହିବା ସହଜ ନିଷ୍ପତ୍ତି ନୁହେଁ। କିନ୍ତୁ ମୁଁ ବିଶ୍ୱାସ କରେ ବର୍ତ୍ତମାନ ଏହି ଘୋଷଣା କରିବା ଉପଯୁକ୍ତ ସମୟ |

Related Posts