ବେଆଇନ ଡିଜିଟାଲ ଲୋନ ଆପ ମାଧ୍ୟମରେ ଠକେଇ ମାମଲାରେ ୩ ଚୀନ ନାଗରିକଙ୍କୁ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ଇଓଡବ୍ଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବେଆଇନ ଡିଜିଟାଲ ଲୋନ ଆପ ମାଧ୍ୟମରେ ଠକେଇ ମାମଲାରେ ୩ ଚୀନ ନାଗରିକଙ୍କୁ ଲୁକ୍ ଆଉଟ୍ ସର୍କୁଲାର ଜାରି କଲା ଇଓଡବ୍ଲ । ତେବେ ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ ଇମିଗ୍ରେସନ ଜାରି କରିଛି ଏହି ସର୍କୁଲାର । ଏହି ୩ ଜଣ ହେଲେ Shen Zhenua alias Tony of Jiangsu, Quan Hongwei alias Paul of Jiangsu, Yang Haiying alias Doris of Sichuan। ଏମାନେ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଲ, ଓ ବାଂଲା ଦେଶରେ ମଧ୍ୟ ଏଭଳି ଠକେଇ କରିଥିବା EOW ପ୍ରମାଣ ପାଇଛି।

ସେମାନଙ୍କର ଆମେରିକା ଓ ହଂକଂରେ ଲିଙ୍କ୍‌ ଥିବା ଖବର ମିଳିଛି। ଏହି ଘଟଣାରେ ନୀତିନ ମଲିକକୁ EOW ଗିରଫ କରିଥିଲା। EOW ଏହି ତିନି ଠକଙ୍କ ଭାରତ ପ୍ରତ୍ୟାରୋପଣ ପାଇଁ ଇଣ୍ଟର ପୋଲ ସହ ଯୋଗାଯୋଗ କରିବ।

Related Posts