ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁଜରାଟ ନିର୍ବାଚନ ପୂର୍ବରୁ ରାଜ୍ୟରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ସରକାର ଗଠନ କରିବ ବୋଲି ଆମ ଆଦମୀ ପାର୍ଟି(ଆପ) ଦାବି କରିଥିଲା ଗୁଜରାଟରେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ସରକାର ଗଠନ କରିବ ବୋଲି ଆମ ଆଦମୀ ପାର୍ଟି(ଆପ) ଦାବି କରିଥିଲା। ହେଲେ ଫଳ ଆସିଲା ସମ୍ପୂର୍ଣ ଓଲଟା । ୧୮୨ ଆସନ ବିଶିଷ୍ଟ ବିଧାନ ସଭା ଆସନରୁ ଆପ୍ ମାତ୍ର ୫ଟି ସିଟ୍ ହାତେଇବାରେ ସମର୍ଥ ହୋଇଛି। ତେବେ ଆପର ଏଭଳି ପ୍ରଦର୍ଶନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କ୍ରିକେଟର ବିରାଟ କୋହଲି ମଧ୍ୟ ସବୁଦିନେ ଶତକ ମାରେ ନାହିଁ।
ତେବେ ଗୁଜୁରାଟରେ ବିଜୟ ନେଇ ଦଳର ମୁଖ୍ୟ ଅରବିନ୍ଦ ଜେଜରିୱାଲ ଗଣମାଧ୍ୟମକୁ ଲେଖିକି ଦେବା ନେଇ ସେ କହିଛନ୍ତି ଯେ, ଅନ୍ତତଃ ପକ୍ଷେ ସେତିକି ଲେଖିକି ଦେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ସାହସ ଅଛି। ଆମେ କଂଗ୍ରେସ ଭଳି ମୈଦାନ ଛାଡ଼ି ପଳାୟନ କରି ନାହୁଁ। କଠିନ ପରିଶ୍ରମ କରୁଛୁ। ଆମେ ପଞ୍ଜାବରୁ ଗୁଜରାଟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲୁ। ବର୍ତ୍ତମାନ ଆମ୍ ଆଦମୀ ପାର୍ଟି ଏକ ଜାତୀୟ ଦଳ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଗୁଜରାଟରେ ଦଳ ୧୩ ପ୍ରତିଶତ ଭୋଟ୍ ପାଇଛି। ଆମେ ଶୂନରୁ ପାଞ୍ଚକୁ ଆସିଛୁ । ତେଣୁ ଆମେ ପରାଜିତ ହୋଇ ନାହୁଁ। ଏହି ଅବସରରେ ମାନ୍ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଗୁଜରାଟ, ହିମାଚଳ ପ୍ରଦେଶ ଓ ଦିଲ୍ଲୀ ମହାନଗର ନିଗମ ତିନୋଟି ସ୍ଥାନରେ ନିର୍ବାଚନ ହୋଇଥିଲା। ଏହି ତିନିଟି ମଧ୍ୟରୁ କେବଳ ଗୋଟିଏ ନିର୍ବାଚନରେ ବିଜେପି ଜିତିଛି। ହିମାଚଳ ପ୍ରଦେଶ ବିଧାନସଭା ଏବଂ ଏମସିଡିରେ ବିଜେପି ହାରିଛି। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଆବିର୍ଭାବ ହୋଛି।
ଅନ୍ୟ ଦଳରୁ ଆସି କେହି ଏହାକୁ ସୃଷ୍ଟ କରି ନାହିଁ। ଦେଶ ସେବା କରିବାକୁ ଚାହୁଁଥିବା ଜଣେ ସାଧାରଣ ଲୋକ ଏହି ଦଳ ଗଠନ କରିଛି। ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଆମ୍ ଆଦମୀ ପାର୍ଟିର ଜନ୍ମ ହୋଇଛି। ଏହା ରାମଲୀଳା ମୈଦାନରୁ ଉତ୍ପତି ହୋଇବା ମାନ କହିଛନ୍ତି। ଦିଲ୍ଲୀ ଏମସିଡି ନିର୍ବାଚନରେ ଆପସ ସଫଳତା ନେଇ ବେଶ ଖୁସି ପ୍ରକଟ କରଥିଲେ ମାନ୍। ଦିଲ୍ଲୀର ଏମସିଡି ୨୫୦ଟି ଆସନରୁ ଆପ୍ ୧୩୪ ୱାର୍ଡରେ ବିଜୟ ଲାଭ କରିଥିବା ସେ କହିଛନ୍ତି। ମାନ୍ କହିଛନ୍ତି ଯେ, ଯେତେବେଳେ ଜନସାଧାରଣ ଆପଣଙ୍କ ପାଇଁ ଲଢ଼େଇ ଆରମ୍ଭ କରିବେ ସେତେବେଳେ କେହି ଆପଣଙ୍କୁ ପରାସ୍ତ କରିପାରିବେ ନାହିଁ। ସେ କହିଛନ୍ତି ଯେ, ଯଦିଓ ଆମେ ଗୁଜରାଟରେ ହାରିଛୁ, ତଥାପି କଠିନ ପରିଶ୍ରମ କରିବାରେ କୌଣସି ରାସ୍ତା ଛାଡି ନାହୁଁ।
