
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୋଟ ଗଣତି ବେଳେ ମୟୂରଭଞ୍ଜରେ ଦେଖାଦେଇଛି ଉତ୍ତେଜନା । ମୟୁରଭଞ୍ଜ ଜିଲ୍ଲା ଶୁଳିଆପଡ଼ା ବ୍ଲକର ୫୩ ନମ୍ବର ଜୋନ୍ର ଭୋଟ ଗଣତିକୁ ନେଇ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରୁଛି । ତେବେ ସାଉଣ୍ଡ ସିଷ୍ଟମକୁ ନେଇ ଉତ୍ତେଜନା ।
ଶୁଳିଆପଦା ବ୍ଲକ ଅନ୍ତର୍ଗତ ୫୩ ନଂ ଜୋନରେ ଭୋଟ ଗଣତି ସମୟରେ ସଠିକ୍ ଭାବେ ଗଣତି ଫଳାଫଳ ଶୁଣା ନଯିବାରୁ ସାଧାରଣ ଲୋକେ ଉତ୍ତେଜିତ ହୋଇଥିଲେ । ଶୁଳିଆପଦା ବ୍ଲକ ନାରାୟଣ ବିଦ୍ୟାପୀଠରେ ଭୋଟ ଗଣତି ଚାଲିଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବାର ଦେଖିବାକୁ ମିଳିଛି।