ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିସ୍ତାରା ଯାତ୍ରୀବାହୀ ବିମାନର ଇଞ୍ଜିନ୍ ଫେଲ୍ । ଏଇ କିଛି ଦିନ ଧରି ବିମାନରେ କେତେବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଉଛି ତ ଆଉ କେତେବେଳେ ପକ୍ଷୀ ମାଡ ହେଉଛି। ଏହି ଘଟଣା ଏବେ ଦିନ କୁ ଦିନ ବଢ଼ିବାରେ ଲାଗିଛି। ସ୍ପାଇସ୍ଜେଟ୍ ପରେ ବିସ୍ତାରା ଯାତ୍ରୀବାହୀ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ବ୍ୟାଙ୍କକ୍ରୁ ଦିଲ୍ଲୀ ଫେରୁଥିବା ବିସ୍ତାରା ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଇଞ୍ଜିନ୍ ଫେଲ୍ ହୋଇଯାଇଛି।

ଏହି ଘଟଣା ପରେ ବିମାନର ସମସ୍ତ ଯାତ୍ରୀ କିନ୍ତୁ ସୁରକ୍ଷିତ ଅଛନ୍ତି। ଇଞ୍ଜିନ୍ ଫେଲ୍ ହୋଇଥିବା ସତ୍ତ୍ୱେ ବିମାନଟିକୁ ସିଙ୍ଗିଲ ଇଞ୍ଜିନ୍ରେ ସୁରକ୍ଷିତ ଭାବେ ପାଇଲଟ୍ ଲ୍ୟାଣ୍ଡିଂ କରିଛନ୍ତି। ଦିଲ୍ଲୀ ବିମାନ ବନ୍ଦରର ପାର୍କିଂ ୱେରେ ରଖାଯାଇଛି । ଏନେଇ ଡଜିସିଏକୁ ଜଣାଇ ମଧ୍ୟ ଦିଆଯାଇଛି।ବିସ୍ତାରା ଏୟାରଲାଇନ୍ସର ପ୍ରବକ୍ତାଙ୍କ କହିବା ମୁତାବକ, ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହାପରେ ବିମାନଟିକୁ ପାର୍କିଂ ୱେରେ ଲ୍ୟାଣ୍ଡିଂ କରାଯାଇଥିଲା। ତେବେ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।