ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ପକେଟରୁ ମିଳିଲା ସୁଇସାଇଡ ନୋଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରଶ୍ମିରେଖାଙ୍କ ପୁରୁଷ ବନ୍ଧୁଙ୍କ ପକେଟରୁ ମିଳିଲା ସୁଇସାଇଡ ନୋଟ୍ । ତେବେ ପୋଷ୍ଟମର୍ଟମ ବେଳେ ତାଙ୍କ ପକେଟରୁ ଏହି ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ରଶ୍ମିରେଖାଙ୍କ ମୃତ୍ୟୁର ୧୬ ଦିନ ପରେ ସନ୍ତୋଷ ଆତ୍ମହତ୍ୟା କରିଛନ୍ତି । ରାଉରକେଲା ବାସନ୍ତୀ କଲୋନୀ ସ୍ଥିତ ବାସଭବନରେ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପଡୋଶୀଙ୍କଠାରୁ ଖବର ପାଇବା ପରେ ଉଦିତ ନଗର ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ କରାଯାଇଥିଲା । ଜଗତସିଂହପୁର ତିର୍ତୋଲ ଥାନା ସଙ୍କେତ ପାଟଣା ଗାଁରେ ରଶ୍ମୀରେଖାଙ୍କ ଘର ।

ସନ୍ତୋଷ ଓ ରଶ୍ମୀରେଖା ଦୀର୍ଘ ଦିନ ହେବ ସ୍ୱାମୀ-ସ୍ତ୍ରୀର ପରିଚୟ ଦେଇ ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଭଡା ଘରେ ଲିଭ୍-ଇନ୍ରେ ରହୁଥିଲେ । ଗତ ଜୁନ୍ ୧୯ ତାରିଖ ସଂଧ୍ୟାରେ ରଶ୍ମୀରେଖା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ଦୁଇ ପୁରୁଷ ବନ୍ଧୁ ରାଜା ଓ ସନ୍ତୋଷଙ୍କୁ ଅନେକ ଥର ମୁହାଁମୁହିଁ ଜେରା କରିଥିଲା ପୋଲିସ । ହେଲେ ହଠାତ୍ ସନ୍ତୋଷ ଆତ୍ମହତ୍ୟା କରିବା ରହସ୍ୟକୁ ଅଧିକ ଘନୀଭୂତ କରିଛି । ଏନେଇ ଉଦିତନଗର ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

Related Posts