ମହଙ୍ଗା ମାଡ଼: ୧ ଜୁଲାଇରୁ ବଢିବ ହିରୋ ମୋଟୋକର୍ପର ମୋଟର ସାଇକେଲ ଓ ସ୍କୁଟର ମୂଲ୍ୟ

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ୍ତ ଟୁ ହ୍ୱିଲର ନିର୍ମାତା ହିରୋ ମୋଟୋକର୍ପ ଏକ ବଡ଼ ନିଷ୍ପତ୍ତି ନେଇଛି । ଦୁଇଚକିଆ ବାହନ କ୍ରୟ ୧ ଜୁଲାଇ ୨୦୨୨ରୁ ବୃଦ୍ଧି କରିବା ନେଇ ଘୋଷଣା କରିଛି । ମୋଟର ସାଇକେଲ ଓ ସ୍କୁଟର ମୂଲ୍ୟ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଛନ୍ତି। ବର୍ଦ୍ଧିତ ମୂଲ୍ୟ ନିଷ୍ପତ୍ତି ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଯିବ।

ଦେଶରେ ଯେପରି ମୂଲ୍ୟବୃଦ୍ଧି ହେଉଛି ଏଥିରେ ଦୁଇ ଚକିଆ ବାହନ ନିର୍ମାଣ ବାବଦ ଖର୍ଚ୍ଚ ମଧ୍ୟ ବଢି ଯାଇଛି। ଏଣୁ କମ୍ପାନୀ ମୂଲ୍ୟ ବୃଦ୍ଧି ଲାଗି ନିଷ୍ପତ୍ତି ନେଇଥିବା କମ୍ପାନୀ କହିଛନ୍ତି।

ଯଦି କମ୍ପାନୀଙ୍କ ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ ତେବେ ସ୍କୁଟର ଓ ମୋଟର ସାଇକେଲ ୟୁନିଟ୍ ପିଛା ୩ହଜାରଟଙ୍କା ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି। ମୂଲ୍ୟ ବୃଦ୍ଧିନେଇ ହିରୋ ମୋଟୋକର୍ପ ଗୁରୁବାର ଷ୍ଟକ୍ ଏକ୍ସଚେଞ୍ଜଙ୍କୁ ସୂଚିତ କରିଦେଇଛନ୍ତି। ଏଥିରେ ୧ ଜୁଲାଇରୁ ଦେଶରେ ଉତ୍ପାଦର ମୂଲ୍ୟ ବୃଦ୍ଧି କରିବାକୁ ଯାଉଥିବାର କହିଛନ୍ତି। ତେବେ ମୂଲ୍ୟବୃଦ୍ଧି ଲାଗି କମ୍ପାନୀ ଉତ୍ପାଦ ବାବଦେ ହେଉଥିବା ଖର୍ଚ୍ଚ ବୃଦ୍ଧିକୁ କାରଣ ବୋଲି ଦର୍ଶାଇଛନ୍ତି। ଏ ବାବଦେ କମ୍ପାନୀ ଏକ ବୟାନ ମଧ୍ୟ ଜାରି କରିଛି। ଏଥିରେ କମୋଡିଟି ମୂଲ୍ୟବୃଦ୍ଧି ଯୋଗୁ ମୂଲ୍ୟ ବଢାଇବା ପାଇଁ ନିଷ୍ପତ୍ତି ନେବାକୁ ପଡୁଥିବା କମ୍ପାନୀ କହିଛି। ତେବେ କେତେ ମୂଲ୍ୟ ବୃଦ୍ଧି ହେବ ତାହା ମୋଟର ସାଇକେଲ ଓ ସ୍କୁଟରର ମଡେଲ ଉପରେ ନିର୍ଭର କରିବ ବୋଲି କମ୍ପାନୀ ଷ୍ପଷ୍ଟ କରିଛି।

ହିରୋ ମୋଟୋକର୍ପ ଗତ ୧ ବର୍ଷ ମଧ୍ୟରେ ସ୍କୁଟର ଓ ମୋଟର ସାଇକେଲ ଦାମ ୪ ଥର ବୃଦ୍ଧି କଲେଣି। ୧ ଜୁଲାଇ ୨୦୨୧ରେ ପ୍ରଥମ ଥର ମୂଲ୍ୟ ବୃଦ୍ଧି କରିଥିବା ବେଳେ ପରବର୍ତ୍ତି ବୃଦ୍ଧି ସେପ୍ଟେମ୍ବର ୩୦ ତାରିଖରେ ଘୋଷଣା କରିଥିଲେ ଓ ତୃତୀୟବାର ୧ ଜାନୁୟାରୀ ୨୦୨୨ରେ ମୂଲ୍ୟ ବୃଦ୍ଧି ଘୋଷଣା କରିଥିବା ବେଳେ ଏଥିରେ ଏ ପର୍ଯ୍ୟନ୍ତ ୯ ହଜାର ଟଙ୍କା ମୂଲ୍ୟ ବୃଦ୍ଧି କରିଛନ୍ତି ।

Related Posts