ଆଉଜଣଙ୍କୁ ବାହା ହେବାରୁ ପ୍ରେମିକାର ଅନ୍ତରଙ୍ଗ ଭିଡିଓ କୁ ଭାଇରାଲ କଲା ବିଫଳ ପ୍ରେମିକ, ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ମହଙ୍ଗା ପଡିଲା ପୁରୁଣା ପ୍ରେମ । ଅନ୍ୟ କେଉଁଠି ବିବାହ କରୁଥିବା ରାଗରେ ବିବାହର କିଛି ଦିନ ପୂର୍ବରୁ ପ୍ରେମିକାର ନଣନ୍ଦଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଲା ପ୍ରେମିକ। ଏନେଇ ପ୍ରେମିକ ନାଁରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି  ପ୍ରେମିକା। ସୂଚନା ଅନୁଯାୟୀ, ନିଆଳିର ରମାକାନ୍ତ ଖୁଣ୍ଟିଆ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ବିଗତ ୫ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ପରେ ନିର୍ବନ୍ଧ ମଧ୍ୟ ହୋଇଥିଲା କିନ୍ତୁ କୌଣସି କାରଣବଶତଃ ୬ମାସ ତଳେ ବିବାହ ଭାଙ୍ଗିଯାଇଥିଲା । ବାହାଘର ଭାଙ୍ଗିଯିବା ପରେ ବି ରମାକାନ୍ତଙ୍କ ସହ ଯୁବତଙ୍କ ସଂପର୍କ ଥିଲା । ପରିବାର ଲୋକେ ଏହି ବିଷୟରେ ଜାଣିବା ପରେ ଅନ୍ୟ ସ୍ଥାନରେ ଯୁବତୀଙ୍କ ବିବାହ ଠିକ୍‌ କରିଥିଲେ । କିନ୍ତୁ ରମାକାନ୍ତ ଏହାକୁ ସହ୍ୟ କରି ନପାରି ସମ୍ପୃକ୍ତ ଯୁବତୀଙ୍କ ଭାବି ନଣନ୍ଦ ସହ ଯୋଗାଯୋଗ କରିଥିଲା। ରମାକାନ୍ତ ତାଙ୍କୁ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ସେୟାର କରିଥିଲେ । ଏହି ଫଟୋ ଦେଖିବା ପରେ ଯୁବତୀ ଜଣକୁ ତାଙ୍କ ଭାବି ନଣନ୍ଦ ଫୋନ୍ କରି ଏ ବିଷୟରେ ଜଣାଇଥିଲେ । ପରେ ଯୁବତୀ ଜଣକ ରମାକାନ୍ତକୁ ଫୋନ୍‌ କରିଥିଲେ । କିନ୍ତୁ ତା ନମ୍ବର ସ୍ୱିଚ୍‌ଅଫ୍‌ ଥିଲା । ପରେ ଯୁବତୀ ଜଣଙ୍କ ରମାକାନ୍ତଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ମାମଲା ଦାୟର କରିଥିଲେ।

Related Posts