ନକଲି ସାମଗ୍ରୀର ପେଣ୍ଠ ସ୍ଥଳୀ ପାଲଟିଛି କଟକ। ଅନେକ ସମୟରେ ନକଲି କାରଖାନା ଓ କମ୍ପାନୀ ଠାବ ହେଉଥିବା ବେଳେ ଆଜି ଏକ ନକଲି ଧୂପକଠି କମ୍ପାନୀ ଠାବ କରିଛି ପୋଲିସ । ଗଙ୍ଗା ମନ୍ଦିର ଅଞ୍ଚଳରେ ନକଲି ଧୂପକାଠି କମ୍ପାନୀ ଉପରେ ଚଢାଉ କରିଛି ପୋଲିସ । ବ୍ରାଣ୍ଡ ନାଁରେ ବିକ୍ରି ହେଉଥିଲା ନକଲି ସମଗ୍ରୀ । ଖବର ପାଇ ସ୍ଥାନୀୟ ଲାଲବାଗ ପୋଲିସ ଉକ୍ତ ଫ୍ୟାକ୍ଟ୍ରି ଉପରେ କରିଛି ଚଢ଼ାଉ । ଏହାସହ ଅଗରବତୀ ସଙ୍ଘ ପକ୍ଷରୁ ମଧ୍ୟ ଏକ ତଦନ୍ତକାରୀ ଦଳ ଘଟଣା ସ୍ଥଳରେ ମୁତୟନ ରହିଛନ୍ତି ।
କଟକରୁ ନକଲି ଧୂପକାଠି କମ୍ପାନୀ ଠାବ, ଜଣେ ଅଟକଏହି ମମଲାରେ କମ୍ପାନୀ ମାଲିକକୁ ଅଟକ ରଖିଛି ପୋଲିସ । ଦୀର୍ଘ ବର୍ଷ ଧରି ଏହି ନକଲି ଫ୍ୟାକ୍ଟ୍ରି ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ଆଜି(ଶନିବାର) ପୋଲିସର ପଡିଛି ନଜର । ଆଉ ପ୍ୟାକେଟ ପ୍ୟାକେଟ ନକଲି ଧୂପକାଠି ଜବତ କରିଛି ପୋଲିସ । ତେବେ ଘଟଣା ସ୍ଥଳରେ ପୋଲିସ ମୁତୟନ ରହି ତଦନ୍ତ ଜାରି ରଖିଛି । ଜଣଙ୍କୁ ଅଟକ ରଖି ପଚରାଉଚରା ଜାରୀ ରଖିଛି ।





