ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ମାସ ପାଇଁ ଏସଆରସିଙ୍କ ପକ୍ଷରୁ କୌଣସି ପ୍ରକାର କୋଭିଡ୍ ସର୍କୁଲାର ଜାରି ହୋଇନାହିଁ। ହେଲେ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ଜାଲ୍ ଗାଇଡଲାଇନ୍ ଘୂରି ବୁଲୁଥିବାର ଦେଖିବାକୁ ମିଳିଛି । ସେପଟେ ଏସବୁ ନଜରକୁ ଆସିବା ପରେ ଏସ୍ଆରସିଙ୍କ ପକ୍ଷରୁ ଟ୍ବିଟ୍ ଜରିଆରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଏସଆରସିଙ୍କ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୧ତାରିଖ ପରଠାରୁ ଏସ୍ଆରସି କୌଣସି ପ୍ରକାର କୋଭିଡ ଗାଇଡଲାଇନ୍ ଜାରି କରି ନାହାନ୍ତି। ତେଣୁ ସାମାଜିକ ଗଣମାମଧ୍ୟରେ ଯେଉଁ ଗାଇଡଲାଇନ୍ ଘୂର ବୁଲୁଛି ଏଥିରେ ସତ୍ୟତା ନାହିଁ।
ଉଲ୍ଲେଖ ଯେ ସାମାଜିକ ଗଣମାଧ୍ୟମରେ ଶନିବାର ଅପରାହ୍ଣ ୩ଟା ୩୦ରେ ଏସ୍ଆରସି ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଘୋଷଣା କରିଥିବା ଏକ ଲେଖା ଘୂରି ବୁଲିଥିଲା। ଏଥିରେ କୁହାଯାଇଥିଲା ଯେ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ଥିବା ବେଳେ କଟକ, ଖୋର୍ଧା, ପୁରୀରେ ଅଧିକ ରହିଛି। ମାତ୍ର ଉଦ୍ବେଗଜନକ ନୁହେଁ। ତେଣୁ ଏଥିପାଇଁ କେଉଁ କେଉଁ କଟକଣା ଲଗାଯାଇଛି ତାହା ସଂପର୍କରେ ଉଲ୍ଲେଖ ରହିଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।
