ଦ୍ରୌପଦୀ ମୁର୍ମୁଙ୍କୁ କଥା କହି ପାରୁନଥିବା ମୂର୍ତ୍ତି କହି କଟାକ୍ଷ କଲେ ତେଜସ୍ଵୀ ଯାଦବ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦ୍ରୌପଦୀ ମୁର୍ମୁଙ୍କୁ କଥା କହି ପାରୁନଥିବା ମୂର୍ତ୍ତି କହି କଟାକ୍ଷ କରିଛନ୍ତି ଆର.ଜେ.ଡି ମୁଖ୍ୟ ତେଜସ୍ଵୀ ଯାଦବ। ତେଜସ୍ଵୀ କହିଛନ୍ତି ଦେଶର ରାଷ୍ଟ୍ରପତି ଭବନ ଜଣେ ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଭାବେ ଚାହୁଁନାହିଁ। ଆମେ ସମସ୍ତେ ଯଶୋବନ୍ତ ସିହ୍ନାଙ୍କୁ ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ଉଦବୋଧନ ଦେଉଥିବା ଦେଖିଛନ୍ତି ମାତ୍ର ମୁଁ ଆଜି ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁଙ୍କୁ କୌଣସି ସ୍ଥାନରେ କଥା କହୁଥିବର ଦେଖି ନାହିଁ। ସେ କେବେ କୌଣସି ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି। ଏମିତି କିଛି କହି ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରିଛନ୍ତି ତେଜସ୍ଵୀ ଯାଦବ।

କେବଳ ତେଜସ୍ଵୀ ନୁହେଁ ଏହା ପୂର୍ବରୁ କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ଦ୍ରୌପଦୀଙ୍କୁ କଟାକ୍ଷ କରି କହିଥିଲେ ଯେ ଦ୍ରୌପଦୀ ଏକ ଖରାପ ଦର୍ଶନକୁ ପ୍ରତିନିଧିତ୍ଵ କରୁଛନ୍ତି ଓ ସେ କେବେ ଦେଶର ଆଦିବାସୀ ମାନଙ୍କର ପ୍ରତିନିଧି ନୁହନ୍ତି। ସେହିପରି ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୋବନ୍ତ ସିହ୍ନା ମଧ୍ୟ ବାରମ୍ବାର ଦ୍ରୌପଦୀଙ୍କୁ ରବର ଷ୍ଟାମ୍ପ ରାଷ୍ଟ୍ରପତି ପ୍ରାର୍ଥୀ କହି କଟାକ୍ଷ କରି ଆସୁଛନ୍ତି।

ସୂଚନା ଅନୁସାରେ ଆଗାମୀ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ତେଜସ୍ଵୀଙ୍କ ନେତୃତ୍ଵାଧୀନ ରାଷ୍ଟ୍ରୀୟ ଜନତା ଦଳ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କୁ ନିଜ ସମର୍ଥନ ଘୋଷଣା କରିଛି।

Related Posts