କୋଭିଡର ତାଣ୍ଡବକୁ ଦେଖି ମେ ମାସରେ ହେବାକୁ ଥିବା ପାର୍ଲିଆମେଣ୍ଟ ଚଲୋ ରାଲିକୁ ସ୍ଥିଗିତ ରଖିଲା ସଂଯୁକ୍ତ କିଶାନ ମୋର୍ଚ୍ଚା

farmer

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କରୋନାର ସଂକ୍ରମଣର ପ୍ରକୋପକୁ ଦେଖି ସଂଯୁକ୍ତ କିଶାନ ମୋର୍ଚ୍ଚା ତାଙ୍କ ରାଲିକୁ ସ୍ଥଗିତ ରଖିଛନ୍ତି । ଚାରି ମାସରୁ ଅଧିକ ସମୟଧରି ଦିଲ୍ଲୀ ନିକଟରେ କେନ୍ଦ୍ରସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆସୁଥିଲେ । କୋଭିଡର ତାଣ୍ଡବକୁ ଦେଖି କୃଷକମାନେ ପାର୍ଲିଆମେଣ୍ଟ ରାଲିକୁ ସ୍ଥଗିତ କରିଛନ୍ତି । ତେବେ ଜରୁରୀକାଳୀନ ସେବାକୁ ଅନୁମତି ଦେବା ସହ ଦିଲ୍ଲୀ ସୀମାକୁ ଯାଉଥିବା ରାସ୍ତାର ଗୋଟିଏ ପାଶ୍ୱର୍ ଖୋଲିଦେଇଛନ୍ତି । କୋଭିଡ ଯୋଦ୍ଧାମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରୁଥିବାର କହିଛନ୍ତି ବି.କେ.ୟୁ ସଭାପତି ତଥା ଏସକେଏମ ସଦସ୍ୟ ବଲବୀର ସିଂହ । ଖୁବଶ୍ରୀଘ୍ର ଆସନ୍ତା ରାଲିର ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି । ଅନ୍ୟପଟେ କୌଣସି କୃଷକ ଯଦି ଅସୁସ୍ଥ ଅନୁଭବ କରନ୍ତି ତାହାଲେ ସେମାନେ ନିଜେ ନିଜର କୋଭିଡ ପରୀକ୍ଷା କରିପାରିବେ ବୋଲି କହିଛନ୍ତି । ତେବେ ମେ’ ମାସରେ ସଂସଦ ଯିବେ ବୋଲି କୃଷକ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଅନ୍ୟପଟେ ଖୁବଶ୍ରୀଘ୍ର ପରବର୍ତ୍ତି ତାରିଖ ଘୋଷଣା କରାଯିବ ବୋଲି କୃଷକ ସଂଗଠନ କହିଛି । ଏହା ସହ କୃଷକ ଏବଂ ଶ୍ରମିକଙ୍କ ବ୍ୟତୀତ ଏଠାରେ ମହିଳା, ଦଲିତ, ଆଦିବାସୀ, ବହୁଜନ, ବେକାର ଯୁବକ ଏବଂ ସମାଜର ପ୍ରତ୍ୟେକ ବିଭାଗ ଏହି ପ୍ରଦଯାତ୍ରାରେ ସାମିଲ ହେବେ ବୋଲି କିସାନ ମୋର୍ଚ୍ଚା ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବା ସହ ଲୋକମାନେ ଗାଁରୁ ନିଜ ଗାଡିରେ ଆସି ଦିଲ୍ଲୀ ସୀମାରୁ ଏକ ପେଡାଲ ମାର୍ଚ୍ଚ କରାଯିବାର ସୂଚନା ମିଳିଥିଲା । ରାଲି ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନ ହେଲେ ପରିସ୍ଥିତିକୁ ପରିଚାଳନା କରିବା ପାଇଁ କୃଷକ ନେତାମାନେ ଏକ କମିଟି ଗଠନ ମଧ୍ୟ କରିଥିଲେ ।

Related Posts