ନଭେମ୍ବର ୧୪ରୁ ଯୁକ୍ତ୨ ଫର୍ମ ପୂରଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ଆସନ୍ତା ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୧୯ ମଧ୍ୟରେ ବିନା ଜରିମାନାରେ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ୨୧ରୁ ୨୩ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ନଭେମ୍ବର ୨୧ରୁ ୨୬ ମଧ୍ୟରେ ଶହେ ଟଙ୍କା ଜରିମାନା ଏବଂ ୨୮ରୁ ୩୦ ମଧ୍ୟରେ ୪୫୦ ଟଙ୍କା ଜରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରି ପାରିବେ।

ଯେଉଁମାନେ ୧୦୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ସେମାନେ ୨୮ରୁ ୩୦ ଓ ଯେଉଁ ଛାତ୍ରଛାତ୍ରୀ ମାନେ ୪୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ସେମାନେ ଡିସେମ୍ବର ୧ରୁ ୩ ତାରିଖ ମଧ୍ୟରେ ଫି’ ଦାଖଲ କରିବେ। ଫର୍ମ ପୂରଣ ବାବଦରେ ଛାତ୍ରଛାତ୍ରୀଙ୍କୁ ୫୨୦ ଟଙ୍କା ଦେବାକୁ ପଡ଼ିବ। ଏଥିସହ ପ୍ରାକ୍ଟିକାଲ ପାଇଁ ପ୍ରତି ପେପର୍‌ ପିଛା ୪୦ ଟଙ୍କା ଫି’ ଦେବାକୁ ହେବ। କଲେଜର ସାମ୍ସ ପୋର୍ଟାଲ ଜରିଆରେ କର୍ତ୍ତୃପକ୍ଷ ପିଲାଙ୍କ ଫର୍ମ ପୂରଣ କରିବେ। ଆବଶ୍ୟକୀୟ କାଗଜପତ୍ର ସହ ନିର୍ଭୁଲ ଭାବେ ପିଲାଙ୍କ ଫର୍ମ ପୂରଣ କରିବା କରିବାକୁ ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖିଛନ୍ତି। ଏଥିସହ ସିଏଚ୍‌ଏସ୍‌ଇ ପକ୍ଷରୁ ଫର୍ମ ପୂରଣ ନେଇ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି ହୋଇଛି।

Related Posts