ଶେଷରେ RTI ପରିସରଭୁକ୍ତ ହେଲା ‘କିଟ୍ ବିଶ୍ଵବିଦ୍ୟାଳୟ’ ; ସୂଚନା ଅଧିକାର ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସୂଚନା ଅଧିକାର ଆଇନ ଅଧିନକୁ ଆସିଲା ଓଡିଶାର ସର୍ବବୃହତ ବେସରକାରୀ ଅନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ (KIIT)। ରାଜ୍ୟ ସୂଚନା ଆୟୋଗ (SIC) କିଟ୍ ୟୁନିଭରସିଟିକୁ ଏକ ପବ୍ଲିକ ଅଥରିଟି ଭାବେ ଘୋଷଣା କରିଛନ୍ତି। ଅର୍ଥାତ୍ କିଟ୍ କୁ ସୂଚନା ଅଧିକାର ଆଇନ ମାଧ୍ଯମରେ ସୂଚନା ଦେବାକୁ ପଡ଼ିବ।

ଗତ ଚାରି ବର୍ଷ ଧରି ଚାଲିଥିବା ଶୁଣାଣି ସମୟରେ ସୂଚନା ଅଧିକାର ଆଇନ ଅଧୀନକୁ ଆସିବା ପାଇଁ କିଟ୍ ୟୁନିଭରସିଟି ବାରମ୍ବାର ଅନିଚ୍ଛା ପ୍ରକାଶ କରିଥିଲା। ତେବେ ସିଆଇସି ତାଙ୍କର ୯୩ ପୃଷ୍ଠାର ଜଜମେଣ୍ଟରେ ଦର୍ଶାଇଛନ୍ତି ଯେ , ଯେହେତୁ ଏହି (କିଟ୍ ୟୁନିଭରସିଟି) ଅନୁଷ୍ଠାନ ରାଜ୍ୟ ସରକାରଙ୍କଠାରୁ ଅନେକ ଗୁଡ଼ିଏ ଲାଭ ପାଇଛି ତେଣୁ ଏହି ଅନୁଷ୍ଠାନକୁ RTI ପ୍ରଶ୍ନଗୁଡିକର ଉତ୍ତର ଦେବା ଉଚିତ୍ । ଉଲ୍ଲେଖନୀୟ କଥା ହେଉଛି ପ୍ରଥମ ଥର ପାଇଁ ରାଜ୍ୟର କୌଣସି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟକୁ ଆରଟିଆଇ ଆକ୍ଟ ଅଧିନରେ ପବ୍ଲିକ ଅଥରିଟି ଭାବେ ଘୋଷଣା କରାଯାଇଛି।

ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ର ଏକ ରାୟରେ କହିଛନ୍ତି ଯେ, “ ଆୟୋଗ ବିବେଚିତ ଦୃଷ୍ଟିକୋଣରୁ ଆରଟିଆଇ ଅଧିନିୟମ, 2005 ର ଧାରା 2 (h) (d) (ii) ଅଧିନରେ KIIT ଏକ ପବ୍ଲିକ ଅଥରିଟି ଅଟେ ଏବଂ ଆବେଦନକାରୀଙ୍କୁ ଆଦେଶ ଗ୍ରହଣ କରିବାର ୩୦ ଦିନ ମଧ୍ୟରେ ଫର୍ମ-ଏ ରେ ତାଙ୍କର ଆବଶ୍ୟକ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୧୭ ମସିହାରେ ଯେତେବେଳେ କିଟ୍ କର୍ତ୍ତୃପକ୍ଷ ସୂଚନା ଅଧିକାର ଆଇନ ବଳରେ ସୂଚନା ପ୍ରଦାନ କରିବାକୁ ମନା କରି ଦେଇଥିଲେ ଆରଟିଆଇ ଆକ୍ଟିଭିସ୍ଟ ପ୍ରଦିପ ପ୍ରଧାନ SICଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ KIIT ସଚିବ ରବୀନ୍ଦ୍ର ନାଥ ଦାଶ କହିଥିଲେ ଯେ ଏହି ଅନୁଷ୍ଠାନ(କିଟ୍ ୟୁନିଭରସିଟି) ଆରଟିଆଇ ଅଧିନିୟମ ଅଧୀନରେ ଆସିନାହିଁ, କାରଣ ଏହା ସୋସାଇଟିସ୍ ରେଜିଷ୍ଟ୍ରେସନ ଆକ୍ଟ, 1860 ଅଧୀନରେ ପଞ୍ଜିକୃତ ବେସରକାରୀ ବ୍ୟକ୍ତିମାନଙ୍କର ଏକ ଅନୁଷ୍ଠାନ ଏବଂ ଏହା ସମ୍ବିଧାନର କୌଣସି ନିୟମ କିମ୍ବା ଏହା ସଂସଦ ଏବଂ ବିଧାନସଭାର ଆଇନ ଅଧୀନରେ ସ୍ଥାପିତ ହୋଇନାହିଁ।

ତେବେ ଏହାର ଜବାବରେ ସୂଚନା ଅଧିକାର କର୍ମୀ ଶ୍ରୀ ପ୍ରଧାନ ଯୁକ୍ତି ବାଢିଥିଲେ ଯେ KIIT ସରକାରଙ୍କ “largesse” ର ଏକ ବଡ଼ ହିତାଧିକାରୀ । ସିଏଜିଙ୍କ ଏକ ରିପୋର୍ଟ ଉଦ୍ଧୃତ କରିଥିଲେ ଯେଉଁଥିରେ ଉଲ୍ଲେଖ ଥିଲା ଯେ “ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ IDCO ଦ୍ୱାରା KIIT କୁ ସିଧାସଳଖ ଜମି ବଣ୍ଟନ କମ୍ ଥିଲା (7.083 ଏକର), ଅବଶିଷ୍ଟ ଜମି ଅଧିଗ୍ରହଣରେ KIIT କୁ ଅଯଥା ଲାଭ ହେବାର ଉଦାହରଣ ରହିଛି। (82.087 ଏକର ), ଯାହାକି ଜମି ଆବଣ୍ଟନ ପ୍ରକ୍ରିୟାକୁ ଉଲ୍ଲଂଘନ କରିଥିଲା ଫଳରେ 252.54 କୋଟିର କ୍ଷତି ସହିବାକୁ ପଡ଼ିଥିଲା ”

ଜଜମେଣ୍ଟ ଅନୁଯାୟୀ, “ ପିଟିସନର ଯୁକ୍ତି କରିଛନ୍ତି ଯେ KIIT 120.708 ଏକର ସରକାରୀ ଜମି ଅଧିଗ୍ରହଣ କରିଛି, ଯେଉଁଥିରେ 11.538 ଏକର ଜମିରେ ବଡ ବଡ ନିର୍ମାଣ କରାଯାଇଛି। ଏହା ବ୍ୟତୀତ 18 ଏକର ଜଙ୍ଗଲ ଜମି ଅନଧିକୃତ ଭାବେ କିଟ୍ କର୍ତ୍ତୃପକ୍ଷ ଦଖଲ କରିଛନ୍ତି ଏବଂ IDCO ଦ୍ୱାରା ପାଟିଆ ଏବଂ ପାଥାରାଗଡିଆ ମୌଜା ଏବଂ ଚାନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ 91.07 ଏକର ଜମି ଲିଜ୍ ରେ ଦିଆଯାଇଛି। ତେବେ କିଟ୍ କର୍ତ୍ତୃପକ୍ଷ କିନ୍ତୁ ଅଭିଯୋଗକାରୀଙ୍କ ସମସ୍ତ ଅଭିଯୋଗକୁ ପୁରା ପୁରି ଖଣ୍ଡନ କରିନଥିଲେ ।”

2013 ରୁ 2016 ମଧ୍ୟରେ, KIIT 1506.39 କୋଟି ଟଙ୍କାର ଋଣ କରିଥିଲା ​​। ତେବେ ଏହି ଲୋନ୍ ର କିଛି ଅଂଶ ଉକ୍ତ ବ୍ୟାଙ୍କ ଏବଂ ଅନ୍ୟମାନଙ୍କଠାରୁ ଏହି ଲିଜ୍ ହୋଇଥିବା ଜମି ବନ୍ଧକ ରଖି ନିଆଯାଇଥିଲା। ଏହା ମଧ୍ୟ ଜଣାପଡିଛି ଯେ କିଟ୍ କର୍ତ୍ତୃପକ୍ଷ ଯେଉଁ ଟିକସ ଛାଡ ସୁବିଧା ଉପଭୋଗ କରୁଛନ୍ତି ଏହାକୁ ବୃହତ ସ୍ତରରେ ସହାୟକ ହୋଇଛି। ତେବେ SIC ମଧ୍ୟ ତାଙ୍କ ଜଜମେଣ୍ଟରେ କହିଥିଲେ ଯେ, ” କିଟ୍ କର୍ତ୍ତୃପକ୍ଷ ସରକାର କିମ୍ବା IDCO ରୁ ଲିଜ୍ ନେଇଥିବା ଜମି, କେତେକ ବ୍ୟାଙ୍କରେ ବନ୍ଧକ ରଖି ଲୋନ୍ ନେଇଥିଲେ। ” SIC ତାଙ୍କ ଜଜମେଣ୍ଟରେ ଆହୁରି ମଧ୍ୟ କହିଛନ୍ତି ଯେ, “ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସିରୁ ଅନୁଷ୍ଠାନ ଯେଉଁ ସବୁ ଆର୍ଥିକ ସହାୟତା ପାଇଛନ୍ତି ତାହା ଅତ୍ୟନ୍ତ ମୂଲ୍ୟବାନ, ମହତ୍ବପୂର୍ଣ୍ଣ ।

Related Posts