କତାର ଫିଫା ବିଶ୍ୱକପ ଫ୍ୟାନ ଭିଲେଜ୍ ନିକଟରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କତାରରେ ଆରମ୍ଭ ହୋଇଥିବା ଫିଫା ବିଶ୍ୱକପ ପାଇଁ ଏବେ ସମଗ୍ର ବିଶ୍ୱରେ କ୍ରେଜ ଦେଖିବାକୁ ମିଳିଥିବାବେଳେ ଶନିବାର ଏଠାରେ ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ଫ୍ୟାନ (ପ୍ରଶଂସକ) ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତ୍ତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି ସୂଚନା ମିଳି ନାହିଁ ।

ଖବର ମିଳିବା ମାତ୍ରେ ସିଭିଲ ଡିଫେନ୍ସ ଅଧିକାରୀମାନେ ସେଠାରେ ପଂହଚିଥିଲେ । ପ୍ରଶଂସକ ଗ୍ରାମ ନିକଟରେ ଥିବା ଏକ ନିର୍ମାଣଧୀନ କୋଠାରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।

ସୂଚନାଯୋଗ୍ୟ ଯେ, କତାର ଫୁଟବଲ ବିଶ୍ୱକପ ଆୟୋଜନ ପାଇଁ ୧୮୫ ବିଲିୟନ ପାଉଣ୍ଡ ଖର୍ଚ୍ଚ କରିଛି । ତେବେ ଏହାର ପ୍ରସ୍ତୁତି ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା । ଆର୍ଜେଂଟିନା ଓ ମେକ୍ସିକୋ ମ୍ୟାଚ ଅବସରରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Related Posts