ମୁମ୍ବାଇରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୟାନଗରୀରେ ଅଗ୍ନିକାଣ୍ଡ । ଦକ୍ଷିଣ ମୁମ୍ବାଇର ଲାଲବାଗ ଅଞ୍ଚଳରେ ଥିବା ଅବିଘ୍ନ ପାଲ ସୋସାଇଟିର ୬୦ ମହଲା ବିଲ୍ଡିରେ ଏହି ଅଗ୍ନିକାଣ୍ଡ ଘଟିଛି । ୧୯ ତାଲାରେ ନିଅାଁ ଲାଗିଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ଉଦ୍ୟମ ଚଳାଇଛନ୍ତି। ନିଆଁ ଗ୍ରାସ କରିଥିବା ୧୯ ମହଲାରୁ ଜଣେ ବ୍ୟକ୍ତି ଖସି ପଡୁଥିବା ଦୃଶ୍ୟ ଭିଡିଓ ଚିତ୍ରରୁ ଦେଖାଯାଉଛି। ଭୀଷଣ ଅଗ୍ନିକାଣ୍ଡରୁ ଉପରକୁ ଉଠୁଥିବା ବହଳ କଳା ଧୂଆଁ ମାଇଲ୍ ମାଇଲ୍ ଦୂରକୁ ଦେଖାଯାଉଛି।

‘କେଇଏମ୍ ହସ୍ପିଟାଲ୍’ର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି, ମୃତବ୍ୟକ୍ତିଜଣକ ହେଉଛନ୍ତି ୩୦ ବର୍ଷିୟ ଅରୁଣ ତିଓ୍ଵାରି। ତାଙ୍କୁ ଦିନ ୧୨.୪୫ରେ ମୃତାବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ଉଦ୍ଧାର କାର୍ୟ୍ୟ ତଦାରଖ ନିମନ୍ତେ ମୁମ୍ବାଇ ମେୟର୍ କିଶୋରୀ ପେଦ୍ନେକର୍, ଅଗ୍ନିଶମ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Related Posts