ପାଟନା: ଅଗ୍ନିପଥ ଯୋଜନା ବିରୋଧ ନିଆଁ ଏବେ ଦେଶବ୍ୟାପୀ ବଢ଼ୁଥିବା ବେଳେ, ବିହାରରେ ଅଧିକ ହିଂସା ଦେଖିବାକୁ ମିଳିଛି । ହିଂସାକୁ ପ୍ରଦର୍ଶନକୁ ଆଖିଆଗରେ ରଖି ୧୫ ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ଜୁନ୍‌ ୧୯ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଏବେ ଜୁନ୍‌ ୨୦ ପର୍ଯ୍ୟନ୍ତ ୧୫ଟି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିବ। ଅସାମାଜିକ ତତ୍ୱଗୁଡ଼ିକ ଦ୍ୱାରା ଖେଳାଯାଉଥିବା ଅପପ୍ରଚାର ରୋକିବା ପାଇଁ ସମସ୍ତ ପ୍ରକାର ସୋସିଆଲ୍‌ ନେଟ୍‌ୱାର୍କିଙ୍ଗ ସାଇଟ୍‌ ଉପରେ କଟକଣା ଲଗାଯାଇଛି। କିନ୍ତୁ ଏହି ଜିଲ୍ଲାମାନଙ୍କରେ ସରକାରୀ କାମ ପାଇଁ ବ୍ୟବହାର ହେଉଥିବା ଇଣ୍ଟରନେଟ୍‌ ସେବା ଅବ୍ୟାହତ ରହିବ।

କୈମୁର, ଭୋଜପୁର, ଔରଙ୍ଗାବାଦ, ରୋହତାସ୍‌, ବକ୍ସର, ନୱାଦା, ପଶ୍ଚିମ ଚମ୍ପାରଣ, ସମସ୍ତୀପୁର, ଲକ୍ଷିସରାୟ, ବେଗୁସରାୟ, ବୈଶାଲୀ, ବୈଶାଲୀ, ସାରଣ, ମୁଜପ୍ଫରପୁର, ମୋତିହାରୀ ଓ ଦରଭଙ୍ଗାରେ ଇଣ୍ଟର ନେଟ୍‌ ସେବା ବନ୍ଦ ରହିବ। ଅଗ୍ନିପଥ ଯୋଜନାରକୁ ନେଇ ଭଙ୍ଗାରୁଜା, ଅଗ୍ନିକାଣ୍ଡ ଭଳି ଅଧିକ ଘଟଣା ଏହି ଜିଲ୍ଲାମାନଙ୍କରେ ହୋଇଛି।

ଏହି ୧୫ଟି ଜିଲ୍ଲାରେ ଏହି ଆପ୍‌ ଆପ୍‌ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲାଗିଛି ଫେସ୍‌ବୁକ୍‌, ଟ୍ୱିଟର, ହ୍ୱାଟସଆପ୍‌, କିଉକିଉ, ୱିଚାଟ୍‌, କିଉଜୋନ୍‌, ଟୁବ୍ଲର, ଗୁଗୁଲ ପ୍ଲସ୍‌, ବାଇଡ଼ୁ, ସ୍କାଇପି, ଭାଇବର, ଲାଇନ୍‌, ସ୍ନାପ୍‌ଚାଟ୍‌, ପିନ୍‌ଟେରେଷ୍ଟ, ଟେଲିଗ୍ରାମ୍‌, ରେଡିଟ୍‌, ସ୍ନାପ୍ ଟିସ୍, ୟୁଟ୍ୟୁବ୍‌ (ଅପଲୋଡ୍‌), ଭିନ୍ସ୍, ଏକ୍ସଆଞ୍ଜା, ବୁଆ ନେଟ୍‌, ଫ୍ଲିକ୍ର୍‌ ।