ଅଳ୍ପକେ ଟଳିଲା ବିହାରର ରୋହତସରେ ବଡ଼ ଟ୍ରେନ୍ ଦୁର୍ଘଟଣା: ଅଲଗା ହୋଇଗଲା ୨ଟି ସ୍ଲିପର କୋଚ

ପାଟନା: ଶନିବାର ଦିନ ବିହାରର ରୋହତସରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି । ଏକ ବଡ଼ ଦୁର୍ଘଟଣା ଘଟୁ ଘଟୁ ରହି ଯାଇଛି । ରୋହତସ୍-ଗୟା-ନୂଆଦିଲ୍ଲୀ ମହାବୋଧି ଏକ୍ସପ୍ରେସରେ ଏହି ଦୁର୍ଘଟଣା ଘଟିଛି | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଚଳନ୍ତା ଟ୍ରେନରେ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା ​​| ଏହା ପରେ ଯେତେବେଳେ ଲୋକମାନେ ଆସି ଦେଖିଲେ, ଟ୍ରେନର ଏସ-୮ ଏବଂ ଏସ-୯ ସ୍ଲିପର ବଗି ଅଲଗା ହୋଇଯାଇଥିଲା | ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି |

ଏହି ଦୁର୍ଘଟଣା ପାଇଁ ଟ୍ରେନ୍ ଅପରାହ୍ନ ୩.୪୦ ରୁ ଅପରାହ୍ନ ୪.୨୨ ପର୍ଯ୍ୟନ୍ତ ଅଟକି ରହିଥିଲା ​​| ଟ୍ରେନରେ ଉଭୟ ବଗି ଯୋଡିବା ପରେ ଟ୍ରେନ୍ ସୁରକ୍ଷିତ ଭାବେ ସାସାରାମ ରେଳ ଷ୍ଟେସନରେ ପହଞ୍ଚିଥିଲା। ମିଳିଥିବା ସୂଚନା ମୁତାବକ କାରୱାନ୍ଡିଆ ରେଳ ଷ୍ଟେସନ ନିକଟରେ ମହାବୋଧି ଏକ୍ସପ୍ରେସ ୧୨୩୯୭ ଟ୍ରେନର ଦୁଇଟି ବଗି ଟ୍ରେନରୁ ଅଲଗା ହୋଇ ରହିଯାଇଥିଲା | ଟ୍ରେନ କିଛି ବାଟ ଯିବା ପରେ ଏବାବଦରେ ଜଣାପଡିଥିଲା | ଯେତେବେଳେ ଟ୍ରେନଟି ଦେହରୀରୁ ସାସାରାମ ଆଡକୁ ଯାଉଥିଲା ଏହି ସମୟରେ, ମହାବୋଧି ଏକ୍ସପ୍ରେସର ଦୁଇଟି ସ୍ଲିପର କୋଚ୍ ମଧ୍ୟରେ ଥିବା ପ୍ରେସର ପାଇପ୍ କେପଲର ସହିତ ଅଲଗା ହୋଇଯାଇଥିଲା |

ଏହି କାରଣରୁ ଦୁଇଟି କୋଚ ଟ୍ରେନରୁ ଅଲଗା ହୋଇଗଲେ। କିନ୍ତୁ ଡ୍ରାଇଭର ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା | ଟ୍ରେନ ପ୍ରାୟ ୪୨ ମିନିଟ୍ ଧରି ଅଟକି ରହିଥିଲା | ଏହାପରେ ଇଂଜିନିୟରିଂ ଟିମ ପହଂଚି ମରାମତି କରିବା ପରେ ଟ୍ରେନ ଚାଲିଥିଲା | ତେବେ ବର୍ତ୍ତମାନ ଏ ନେଇ ଯାଞ୍ଚ ଆରମ୍ଭ କରିଦେଇଛି

Related Posts