୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ଘୋଷଣା: ରେପୋ ଓ ରିଭର୍ସ ରେପୋ ରେଟ୍ ଅପରିବର୍ତ୍ତିତ

ନୂଆଦିଲ୍ଲୀ : ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଘୋଷଣା ହୋଇଛି ପ୍ରଥମ ମୁଦ୍ରାନୀତି | ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି | ରେପୋ ରେଟ୍ ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଥିବା ବେଳେ, ରିଭର୍ସ ରେପୋ ରେଟ୍ କୁ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି ।

ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୭ ଦଶମିକ ୨ ପ୍ରତିଶତରେ ରହିବ ବୋଲି ପୂର୍ବାନୁମାନ କରାଯାଉଛି। ପୂର୍ବରୁ ଜିଡିପି ଅଭିବୃଦ୍ଧି ହାର ୭ ଦଶମିକ ୮ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଥିଲା ।

ମୁଦ୍ରାସ୍ଫୀତି ଆହୁରି ଅଧିକ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଦେଶର ଅର୍ଥନୀତି ସୁଧୁରୁଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି। ରେପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ EMI ଶସ୍ତା ହେବ ନାହିଁ । ଏହାଦ୍ବାରା EMI ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆଶ୍ବସ୍ତି ମିଳିବ ନାହିଁ।

Related Posts