ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ: ୫୧ ଇନିଂସ ପରେ ପୂଜାରାଙ୍କ ଶତକ, ବାଂଲାଦେଶ ସମ୍ମୁଖରେ ୫୧୩ ରନର ବିଶାଳ ଟାର୍ଗେଟ

ଭୁବନେଶ୍ଵର,୧୬/୧୨ (ସତ୍ୟପାଠ ବ୍ୟୁରୋ): ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ବର୍ତ୍ତମାନ ଡ୍ରାଇଭର ସିଟରେ ରହିଛି । ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୫୧୩ ରନର ବିଶାଳ ଲକ୍ଷ୍ୟ ବାଂଲାଦେଶ ସମ୍ମୁଖରେ ରଖିଛି । ଜବାବରେ ଷ୍ଟମ୍ପସ ଅପସାରଣ ବେଳକୁ ବାଂଲାଦେଶ କୌଣସି ୱିକେଟ ନ ହରାଇ ୪୨ ରନ କରିଛନ୍ତି । ନଜମୁଲ ହୁସେନ ୨୫ ଓ ଜାକିର ହୁସେନ ୧୭ ରନ କରି ଅପରାଜିତ ଅଛନ୍ତି ।

ପୂର୍ବରୁ ଭାରତ ଦ୍ୱିତୀୟ ଇନିଂସରେ ୨ ୱିକେଟ ହରାଇ ୨୮୨ ରନ ରନ କରିବା ପରେ ନିଜର ଦ୍ଵିତୀୟ ଇନିଂସ ଘୋଷଣା କରିଥିଲା । ଏହି ଇନିଂସ୍ ଶୁଭମନ ଗିଲ ୧୧୦ରନ କରି ଆଉଟ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୧୦୨ ରନ କରି ଅପରାଜିତ ରହିଥିଲେ । ୫୧ ଇନିଂସ ପରେ ପୂଜାରା ଶତକ ହାସଲ କରିଛନ୍ତି । ଏଥିସହ ସେ କ୍ୟାରିୟରର ୧୯ ତମ ଶତକ ହାସଲ କରିଛନ୍ତି । ବିରାଟ କୋହଲି ୧୯ ରନ କରି ନଟଆଉଟ ରହିଥିଲେ ।

ପ୍ରଥମ ଇନିଂସରେ ଭାରତର ୪୦୪ ରନ ଜବାବରେ ବାଂଲାଦେଶ ୧୫୦ ରନ କରି ଅଲଆଉଟ ହୋଇଥିଲା । ଭାରତ ୨୫୪ ରନର ଅଗ୍ରଣୀ ଥିବା ସତ୍ୱେ ଅଧିନାୟକ ରାହୁଲ ବିପକ୍ଷ ଦଳକୁ ଫଲୋଅନ ନ ଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରିଥିଲେ । କୂଲଦୀପ ଯାଦବ ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ ।

Related Posts