ଗୁଡ଼ି ଉଡ଼ାର ଇତିହାସ

256

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ମକର ସଂକ୍ରାନ୍ତି ଭାରତରେ ପାଳିତ ହେଉଥିବା ଅନ୍ୟତମ ପ୍ରାଚୀନ ହିନ୍ଦୁ ପରମ୍ପରାମାନଙ୍କ ମଧ୍ୟରୁ ଗୋଟିଏ । ଏହି ପର୍ବରେ ଶକ୍ତିର ପ୍ରତୀକ ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ମକର ସଙ୍କାନ୍ତି ପରଠାରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଏହି ପର୍ବରେ ଲୋକମାନେ ଗୁଡ଼ି ଉଡ଼ାଇ ଏବଂ ଗଜକ ଭଳି ପାରମ୍ପରିକ ମିଠା ପ୍ରସ୍ତୁତ କରିଥାନ୍ତି ଯାହା ବସନ୍ତ ଆଗମନର ପ୍ରତୀକ ଭାବେ ଦେଖାଯାଇଥାଏ । ଦେଶର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ଅଲଗା ଅଲଗା ପ୍ରକାରରେ ପାଳନ କରାଯାଇଥାଏ । କେତେକ ସ୍ଥାନରେ ଲୋକେ ମିଠା ଆଦାନ ପ୍ରଦାନ କରୁଥିବାବେଳେ ଅନ୍ୟ କେତେକ ସ୍ଥାନରେ ପବିତ୍ର ନଦୀରେ ବୁଡ଼ ପକାଇ ଏହାକୁ ପାଳନ କରିଥାନ୍ତି । ଗୁଡ଼ି ଉଡ଼ା ମକର ସଂକ୍ରାନ୍ତିର ଏକ ପ୍ରମୁଖ ଅଙ୍ଗ ହୋଇଥିବାବେଳେ ମକରସଂକ୍ରାନ୍ତି ସକାଳୁ ପୁରା ଆକାଶ ରଙ୍ଗୀନ ଗୁଡ଼ିରେ ଭର୍ତ୍ତି ହୋଇଯାଇଥାଏ ।

ଣ ରହିଛି କିମ୍ବଦନ୍ତୀ

ତାମିଲର ତନ୍ଦନାନ ରାମାୟଣର କଥା ଅନୁସାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ଆରମ୍ଭ କରିଥିଲେ । କୁହାଯାଏ ଏହି ଦିନ ଭଗବାନ ରାମଙ୍କ ଦ୍ବାରା ଉଡ଼ାଯାଇଥିବା ଗୁଡ଼ି ଇନ୍ଦ୍ରଲୋକକୁ ଚାଲିଯାଇଥିଲା । ରାମଚରିତ ମାନସ ଅନୁସାରେ ଭଗବାନ ଶ୍ରୀରାମଙ୍କ ଗୁଡ଼ି ଯାହା ଇନ୍ଦ୍ରଲୋକକୁ ପଳାଇଥିଲା । ତାହାକୁ ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କ ସ୍ତ୍ରୀଙ୍କୁ ବହୁତ ପସନ୍ଦ ଆସଥିଲା ଏବଂ ସେ ଏହାକୁ ନିଜ ପାଖରେ ରଖିଦେଇଥିଲେ । ସେ ଭାବିଥିଲେ କି ଯାହାର ଗୁଡ଼ି ସେ ତ ନିଶ୍ଚିତ ଏହାକୁ ନେବାକୁ ଆସିବ । ସେପଟେ ପ୍ରଭୁ ଶ୍ରୀରାମ ହନୁମାନଙ୍କୁ ଗୁଡ଼ି ଖୋଜିବାପାଇଁ ପଠାଇଥିଲେ । ଯେତେବେଳେ ହନୁମାନ ଜୟନ୍ତଙ୍କ ସ୍ତ୍ରୀଙ୍କୁ ଗୁଡ଼ି ଫେରାଇବା ପାଇଁ କହିଥିଲେ ସେତେବେଳେ ସେ ପ୍ରଭୁ ଶ୍ରୀରାମଙ୍କୁ ଦେଖିବାକୁ ଇଚ୍ଛାପ୍ରକାଶ କରିଥିଲେ । ଶ୍ରୀରାମଙ୍କୁ ଦେଖିବା ପରେ ହିଁ ଗୁଡ଼ି ଦେବେ ବୋଲି କହିଥିଲେ । ତେବେ ହନୁମାନ ନିଜ ପ୍ରଭୁଙ୍କ ପାଖରେ ପହଞ୍ଚି ପୁରା ପ୍ରସଙ୍ଗ ଶୁଣାଇଥିଲେ ପରେ ଶ୍ରୀରାମ ତାଙ୍କୁ ଚିତ୍ରକୂଟରେ ଦର୍ଶନ ଦେବାକୁ କହି ପୁଣିଥରେ ପଠାଇଦେଇଥିଲେ । ଜୟନ୍ତଙ୍କ ସ୍ତ୍ରୀ ହନୁମାନଙ୍କଠାରୁ ସମସ୍ତ ବୃତାନ୍ତ ଶୁଣିବା ପରେ ତାଙ୍କୁ ଗୁଡ଼ି ଫେରାଇଦେଇଥିଲେ ।

କେବଳ ଧାର୍ମିକ ନୁହେଁ ଗୁଡ଼ି ଉଡ଼ା ପାଇଁ ରହିଛି ବୈଜ୍ଞାନିକ ମହତ୍ବ

ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବା ପରମ୍ପରା କେବଳ ଧାର୍ମିକ ମହତ୍ବ ନୁହେଁ ଏ ନେଇ ବୈଜ୍ଞାନିକ ମହତ୍ବ ବି ଅଛି । ଗୁଡ଼ି ଉଡ଼ାଇବା ଦ୍ବାରା ଅନେକ ବ୍ୟାୟାମ ହୋଇଥାଏ । ଏହି ପର୍ବ ଶୀତ ଦିନେ ହେଉଥିବାରୁ ଖରାରୁ ଶରୀରକୁ ବହୁତ ଶକ୍ତି ମିଳିଥାଏ । ଗୁଡ଼ି ଉଡ଼ାଇ ଦେହରୁ ଛାଳ ବୁହାଇବା ଦ୍ବାରା ଚର୍ମରୋଗ ସମନ୍ଧୀୟ ରୋଗରୁ ରକ୍ଷା ମିଳିଥାଏ ।

 

Comments are closed.