ସଚିନ ତେନ୍ଦୁଲକରଙ୍କ ପାଇଁ ଅଧାରେ ରହିଗଲା ଯୁବରାଜ ସିଂଙ୍କ ସ୍ବପ୍ନ

ମୁମ୍ୱାଇ: ଇଣ୍ଡିଆ କ୍ରିକେଟର ଜଣାଶୁଣା ତଥା ଟିମ୍ ଇଣ୍ଡିଆର ଷ୍ଟାଇଲିଷ୍ଟ ମାନଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ | ଖେଳ ସାଙ୍ଗକୁ ତାଙ୍କ ଷ୍ଟାଇଲ ପାଇଁ ସେ ଖେଳାଇପ୍ରେମୀଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି | ଏକଦା ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପାଇଁ ସେ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚିତ ହୋଇଥିଲେ । କିନ୍ତୁ ତାଙ୍କୁ ନେଇ ସମସ୍ତ ଆଲୋଚନା ଓ ଚର୍ଚା ଚର୍ଚ୍ଚାରେ ହିଁ ରହି ଯାଇଛି |

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କିପରି ଅଧିନାୟକ ହେବାର ସୁଯୋଗ ହରାଇଲେ ସେନେଇ ଯୁବରାଜ ସିଂ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମ ସାକ୍ଷାତକାର ସମୟରେ ଯୁବରାଜ ସିଂ ସଞ୍ଜୟ ମଞ୍ଜରେକରଙ୍କ ଆଗରେ ଅଧିନାୟକତ୍ୱ ନ ପାଇବା ପାଇଁ ଏକ ବଡ଼ କାରଣ ପ୍ରକାଶ କରିଛନ୍ତି । ଯୁବରାଜ ସିଂ କହିଛନ୍ତି ଯେ ଗ୍ରେଗ ଚାପେଲଙ୍କ ସହ ବିବାଦ ହେତୁ ସଚିନ ତେନ୍ଦୁଲକରଙ୍କୁ ସମର୍ଥନ କରିଥିବାରୁ ସେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱ ପାଇପାରିଲେ ନାହିଁ । ବିସିସିଆଇର କିଛି ଅଧିକାରୀ ଯୁବରାଜ ସିଂଙ୍କ ଏହି କାର୍ଯ୍ୟକଳାପକୁ ପସନ୍ଦ କରୁନଥିଲେ । ଏହା ବ୍ୟତୀତ ତାଙ୍କୁ ଉପ-ଅଧିନାୟକ ପଦ ମଧ୍ୟ ହରାଇବାକୁ ପଡିଥିଲା ।

ଯୁବରାଜ ସିଂ କହିଛନ୍ତି, ‘ମୁଁ ଅଧିନାୟକ ହେବାକୁ ଚାହୁଁଥିଲି, ସେତେବେଳେ ଗ୍ରେଗ ଚାପେଲ ଏବଂ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯେଉଁଥିରେ ମୁଁ ସଚିନଙ୍କୁ ସମର୍ଥନ କରିଥିଲି । କିଛି ବିସିସିଆଇ ଅଧିକାରୀ ଏହି ଜିନିଷକୁ ପସନ୍ଦ କରନ୍ତି ନାହିଁ ମୁଁ ଶୁଣିଥିଲି ଯେ ସେ କାହାକୁ ଅଧିନାୟକ କରିବାକୁ ପ୍ରସ୍ତୁତ କିନ୍ତୁ ମୁଁ ନୁହେଁ ।

ଯୁବରାଜ ସିଂ କହିଛନ୍ତି, ୨୦୦୭ ଇଂଲଣ୍ଡ ଗସ୍ତ ସମୟରେ ବିରେନ୍ଦ୍ର ସେହୱାଗଙ୍କ ପରି ବରିଷ୍ଠ ଖେଳାଳି ଦଳରେ ନଥିଲେ । ମୁଁ ସେହି ସମୟରେ ODI ଦଳର ଉପ-ଅଧିନାୟକ ଥିଲି ଏବଂ ରାହୁଲ ଦ୍ରାବିଡ ଅଧିନାୟକ ଥିଲେ । ODI ଦଳର ଉପ-ଅଧିନାୟକ ହୋଇ ମୁଁ ଭାବିଲି ଯେ ମୁଁ ଅଧିନାୟକ ହେବାକୁ ଯାଉଛି, କିନ୍ତୁ ହଠାତ୍ ମୋତେ ଉପ-ଅଧିନାୟକ ମଧ୍ୟ ଛାଡି ଦିଆଗଲା । ୨୦୦୭ ଟି-୨୦ବିଶ୍ୱକପ ପାଇଁ ମହେନ୍ଦ୍ର ସିଂ ଧୋନି ହଠାତ୍ ଅଧିନାୟକ ହୋଇଥିଲେ।

ଯୁବରାଜ ସିଂ ଆହୁରି କହିଛନ୍ତି ଯେ ଯଦିଓ ଏହି ନିଷ୍ପତ୍ତି ମୋ ବିରୁଦ୍ଧରେ ଯାଇଥିଲା, କିନ୍ତୁ ମୋର ଏଥିରେ କୌଣସି ଦୁଃଖ ନାହିଁ । ଆଜି ମଧ୍ୟ ଯଦି ଏପରି ପରିସ୍ଥିତି ଘଟିଥାନ୍ତା, ମୁଁ ମୋ ଦଳର ବରିଷ୍ଠ ଖେଳାଳିଙ୍କ ସହିତ ଛିଡା ହୋଇଥା’ନ୍ତି ।

Related Posts