ସାମ୍ବାଦିକ ସମିଳନୀ ଡାକି ବର୍ଷିଲେ ପୂର୍ବତନ ବିଜେଡି କାଉନସିଲର ପ୍ରଭାତ ମାଝୀ: ସତ୍ୟ ପ୍ରମାଣିତ ହେଲେ ନେବି ସନ୍ୟାସ

ଭଦ୍ରକ: ରାଜନୀତିରେ ଉଥାନ ପତନ ଲାଗି ରହିଥାଏ | କେତେ ବେଳେ ଭାଗ୍ୟ କାହା ଉପରେ ସୁନା କଳସ ଢାଳି ଦିଏ ତ ଆଉ କେତେବେଳେ, କାହାକୁ ଉପରୁ ଆଣି ତଳେ କଚାଡି ଦିଏ | ତେବେ ଏହାରି ମଧ୍ୟରେ ନିଜକୁ ସୁରକ୍ଷିତ ରଖିବା ଓ ନିଜ ସ୍ତନକୁ ବଜାଇ ରଖିବା ପାଇଁ ଏନେକ ସମୟରେ ହିଂସା କାଣ୍ଡ ଘଟଣା ଘଟୁଥିବା ଦେଖିବାକୁ ମିଳିଛି |

ଏହାରି ମାଦ୍ୟରେ ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ୩୦ ନମ୍ବର ୱାର୍ଡରେ ନିର୍ବାଚନ ପରେ ପରେ ରାଜନୈତିକ ହିଂସା ବଢ଼ିବାରେ ଲାଗିବା ସହିତ ମିଥ୍ୟା ମାମଲା କରାଯାଉଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ବିଜେଡି କାଉନସିଲର ପ୍ରଭାତ ମାଝୀ । ଏ ନେଇ ସେ ଏକ ସାମ୍ବାଦିକ ସମିଳନୀ କରି ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଏବଂ ତାଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗ ମିଥ୍ୟା ବୋଲି କହିଛନ୍ତି |

ସେ କହିଛନ୍ତି ଯେ ଏହି ୱାର୍ଡର ପୁଣିଥରେ ବିଜେଡି କାଉନସିଲର ଭାବେ ତାଙ୍କ ସହ ଧର୍ମିଣୀ ବିଜୟୀ ହୋଇଛନ୍ତି । ଏଥିରେ ଅସହିଷ୍ଣୁ ହୋଇ ତାଙ୍କୁ ବାଲିପାଟଣା ଗ୍ରାମର ଜଣେ ସମାଜ ସେବୀ ବୋଲାଉଥିବା ଲୋକ ତାଙ୍କ ନାମରେ ମିଥ୍ୟା ମାମଲା କରାଇବାରେ ସହଯୋଗ କରିଛନ୍ତି । ପୂର୍ବରୁ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ସେ ସହଯୋଗ କରୁଥିବା ଅଭିଯୋଗ କରିବା ସହିତ ତାଙ୍କ ନାମରେ ମିଥ୍ୟା ମାମଲା ରୁଜୁ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କ ବିରୋଧ ରେ ସେ ଆଇନରେ ଆଶ୍ରୟ ନେବେ ବୋଲି କହିଛନ୍ତି ।

ତେଣୁ ପୁରୁଣାବଜ଼ାର ପୋଲିସ ଏହି ସବୁ ଘଟଣାର ନିରପେକ୍ଷ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଏହି ଘଟଣା ରେ ତାଙ୍କର ସମପୃକ୍ତି ପ୍ରମାଣିତ ହେଲେ ତାଙ୍କ ପରିବାର ରାଜନୀତି ରୁ ସନ୍ୟାସ ନେବେ , ତାଙ୍କ ସ୍ତ୍ରୀ କାଉନ୍ସିଲର ପଦରୁ ଇସ୍ତଫା ଦେବେ ବୋଲି ମଧ୍ୟ କହିଛନ୍ତି |

Related Posts