ବିଗିଡିଲା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝିଙ୍କ ସ୍ୱାସ୍ଥ୍ୟବସ୍ଥା

ଅସୁସ୍ଥ ହୋଇପଡିଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୀତନ ରାମ ମାଞ୍ଝି । ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ତାଙ୍କୁ ତରନ୍ତୁ ପାଟନାର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଏମ୍‌ଆର୍‌ଆଇ ଯାଞ୍ଚରୁ ମାଇଲ୍ଡ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବା ଆଶଙ୍କା କରାଯାଉଛି। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କୁହାଯାଉଛି।

ହାମର ମୁଖପାତ୍ର ଦାନିଶ ରିଜୱାନ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅବସ୍ଥା ସୁଧୁରୁଛି, ଏବେ ଚିନ୍ତା କରିବାର କୌଣସି କଥା ନାହିଁ। ସେ ମାଇଲ୍ଡ ବ୍ରେନ୍‌ ଷ୍ଟ୍ରୋକ୍‌ ଖବରକୁ ଖାରଜ କରିଛନ୍ତି। ସେ କହିଛନ୍ତି ‘ଜିତନ ରାମ ମାଞ୍ଝିଙ୍କ ସୁଗାର ଲେବୁଲ ହ୍ରାସ ପାଇଛି, ଯେଉଁଥିପାଇଁ ସେ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା।

Related Posts