ଚାଲିଛି ପଞ୍ଚାୟତ ନିର୍ବାଚନର ଭୋଟ ଗଣତି: ଜାଣନ୍ତୁ କିଏ କେତେ ସିଟ ହାସଲ କରିଛି

ରାଜ୍ୟରେ ଚାଲିଛି ପଞ୍ଚାୟତ ନର୍ବାଚନ ଲାଗି ଭୋଟ ଗଣତି । ଆଜି ଭୋଟ ଗଣତିର ଦ୍ଵିତୀୟ ଦିନ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୋଟ ଗଣତିରେ ଏଯାବତ୍‌ ବାଜି ମାରି ନେଇଛି ବିଜେଡି । ମୋଟ ୮୫୧ ସିଟ୍‌ରୁ ୬୦୮ ସିଟ୍‌ର ଗଣତି ଚାଲିଛି । ଏଥିରେ ବିଜେଡି ୫୩୩ ସିଟ୍‌ର ଆଗୁଆ ଥିବା ବେଳେ ବିଜେପି ୩୬ ସିଟ୍‌ରେ ବିଜୟୀ କିମ୍ବା ଆଗୁଆ ଚାଲିଛି । ସେହିପରି କଂଗ୍ରେସ ୩୦ ସିଟ୍‌ ବିଜୟୀ ବା ଆଗୁଆ ଚାଲିଥିବା ବେଳେ ଅନ୍ୟାନ୍ୟ ୯ଟି ସିଟ୍‌ରେ ଆଗୁଆ ଚାଲିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବିଜେଡି ୨୬୮ ଜୋନରେ ବିଜୟୀ ହୋଇଥିବାବେଳେ ୧୪ଟି ଜୋନରେ ବିଜେପି ଓ ୧୪ଟି ଜୋନରେ କଂଗ୍ରେସ ବାଜିମାତ୍ କରିଛନ୍ତି । ସେହିପରି ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ଏବଂ ୨ଟି ଜୋନରେ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଦିନର ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଏଯାବତ୍‌ ବିଜେଡି ବାଜିମାତ କରିଥିବା ବେଳେ ବିରୋଧୀ ନିରାଶ ହୋଇଯାଇଛନ୍ତି ।

Related Posts