ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କୁ ଶୁକ୍ରବାର ଏକ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତେବେ ସୂଚନା ଅନୁସାରେ ୨୦୦୬-୦୭ ମସିହାରେ ୟେଦୁରପ୍ପା ଉପମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ବେଆଇନ ଭାବେ ଜମି ଆବଣ୍ଟନ କରିବା ଅଭିଯୋଗ ଆସିଥିଲା। ଦୁର୍ନୀତି ନିବାରଣ ଆଇନ ବଳରେ ଲୋକାୟୁକ୍ତଙ୍କ ପକ୍ଷରୁ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା।୨୦୨୦ରେ ସେ ତାଙ୍କ ବିରୋଧରେ ହୋଇଥିବା ଏଫ୍ଆଇଆରକୁ ରଦ୍ଦ ପାଇଁ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ୟେଦୁରପ୍ପାଙ୍କ ଏହି ଆବେଦନକୁ ଖାରଜ କରିଦେଇଥିଲେ। ତେବେ ଗତକାଲି ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ପରେ ୟେଦୁରପ୍ପାଙ୍କୁ ଏହି ମାମଲାରେ ଏକପ୍ରକାର ଅସ୍ଵସ୍ଥି ମିଳିଛି
