ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ

 ଭୁବନେଶ୍ୱର,୨୫/୩(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ଅସନ୍ତୁଷ୍ଠ ପ୍ରାର୍ଥୀ ମାନଙ୍କ ଦଳ ଡିଆଁ କାର୍ଯ୍ୟକ୍ରମ । ଶଙ୍ଖ ଛାଡିଛନ୍ତି ଦଳର ବରିଷ୍ଠ ନେତା ତଥା ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ତାଙ୍କୁ ଅଣ ଦେଖା କରାଯାଇଥିବା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶଃତ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି।

 ସୂଚନାଯୋଗ୍ୟ, ପୂର୍ଣ୍ଣ ସେଠୀ ୨୦୦୯ ଓ ୨୦୧୪ ମସିହାରେ ଖଲ୍ଲିକୋଟରୁ ବିଧାୟକ ଭାବେ ଜିତିଥିଲେ।

Related Posts