ଆସନ୍ତାକାଲିଠୁ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର କଲେଜ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ | ତେବେ ଦିନର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବା ବେଳେ, ଗ୍ରୀଷ୍ମର ପ୍ରଭାବକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର କଲେଜ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ । ଅଙ୍ଗନବାଡି, ସ୍କୁଲ ବନ୍ଦ ପରେ ଏବେ ଖରା ଯୋଗୁଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ଆସନ୍ତାକାଲି ଠାରୁ ମେ 2 ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ ।

ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ରଖି କାଲିଠାରୁ ୟୁଜି ଏବଂ ପିଜି କ୍ଲାସ ବନ୍ଦ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପରୀକ୍ଷା, ରିସର୍ଚ୍ଚ ଆଦି ଚାଲୁ ରହିବ। ଗତକାଲି ରାଜ୍ୟର ସ୍କୁଲ ଗୁଡିକୁ ୫ ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ଆଜିଠୁ ଅଙ୍ଗନବାଡି ମଧ୍ୟ ୫ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଛି ।

ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ |

Related Posts