୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା: DCGI

ନୂଆଦିଲ୍ଲୀ: କରୋନା କୁ ମାତ ଦେବା ପାଇଁ ଦେଶର ଜୋର ଧରିଛି ଟୀକାକରଣ | ତେବେ ଏହାରି ମଧ୍ୟରେ ୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ ଟୀକା | ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଏହାପୂର୍ବରୁ ୧୫ରୁ ୧୮ ବର୍ଷର କିଶୋର କିଶୋରୀଙ୍କୁ କୋଭାକ୍ସିନ ଟୀକାକରଣ ପାଇଁ ଅନୁମତି ଦିଆଯାଇଥିଲା ।

ଗତ ଗୁରୁବାର 6ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGI ନିକଟରେ ଆବେଦନ କରିଥିଲା ଭାରତ ବାୟୋଟେକ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ DCGI ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୭.୯୫ କୋଟି ଡୋଜ୍‌ ଟୀକାକରଣ ହୋଇସାରିଛି । ଏହା ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟୀକାକରଣ ରେକର୍ଡ ଦେଇଛନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ସୁଦ୍ଧା କେବଳ ୧୨ରୁ ୧୪ ବର୍ଷର କିଶୋରକିଶୋରୀଙ୍କୁ ୨.୭୦ କୋଟି ପ୍ରଥମ ଡୋଜ୍‌ ଟୀକାକରଣ କରାଯାଇଛି । ତା ସହିତ ୧୮ରୁ ୫୯ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷ ୪ ଲକ୍ଷ ୬୮ ହଜାର ୨୧୧ ପ୍ରିକସନ୍‌ ଡୋଜ୍‌ ଟିକା ନେଇ ସାରିଛନ୍ତି |

Related Posts