ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଭୁବନେଶ୍ୱର ରେଳ ଷ୍ଟେସନରୁ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ମହିଳା ଚୋର ଗ୍ୟାଙ୍ଗ । ଭୁବନେଶ୍ୱର ରେଳ ଷ୍ଟେସନରୁ ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଠାବ କରିଛି ପୋଲିସ । ଉକ୍ତ ୬ ଜଣଙ୍କୁ ଅଟକ ରଖିଛି ଆରପିଏଫ। ଛଅ ଜଣିଆ ମହିଳା ଚୋର ଗ୍ୟାଙ୍ଗ ଚଳନ୍ତା ଟ୍ରେନ ଓ ଷ୍ଟେସନରେ ଅପରେସନ କରୁଥିବା ଜଣାଯାଇଛି।

ସେମାନଙ୍କଠାରୁ ଭ୍ୟାନିଟି ବ୍ୟାଗ, ସୁନା ଚେନ ଓ ମୋବାଇଲ ସହ ବହୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଓ ଅପରାଧ ବାବଦରେ ଆର ପିଏଫ ପଚରାଉଚରା ଜାରି ରଖିଛି।

Related Posts