ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଜପତି ଜିଲ୍ଲା ମୋହନା ବ୍ଲକର ନାରାୟଣ ନଗରରେ ଥିବା ଚାଉମିନ୍ ଫ୍ୟାକ୍ଟ୍ରିରେ ତିନି ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଫ୍ୟାକ୍ଟ୍ରି ମଧ୍ୟରେ ଗ୍ୟାସ୍ କାରଣ ରୁ ଶ୍ୱାସ ରୁଦ୍ଧ ହୋଇ ୩ଜଣ ଶ୍ରମିକ ଙ୍କ ର ମୃତ୍ୟୁ ହୋଇଥିବା ସନ୍ଦେହ କର ଯାଉଛି ।
ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ଦ୍ଵାରା ଉକ୍ତ ୩ଜଣଙ୍କୁ କବାଟ ଭାଙ୍ଗି ଉଦ୍ଧାର କରାଯାଇଛି।
ସେମାନଙ୍କୁ ଗୁରୁତର ଅବସ୍ଥାରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକମାନଙ୍କର ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ମୋହନା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
