ଧର୍ମଗଡ଼ : ଭବାନିପାଟଣା ରାୟପୁର NH 16 ପାଷ୍ଟିପଡା ନିକଟରେ ଘଟିଛି ଏକ ଦୁର୍ଘଟଣା । ଓଲଟିଛି ଗ୍ୟାସ ଟ୍ୟାଙ୍କର । ଭାରସାମ୍ୟ ହରାଇ ଗ୍ୟାସ ଟ୍ୟାଙ୍କର ଓଲଟି ପଡ଼ିଛି । ଫଳରେ ଓଲଟିପଡିଥିବା ଟ୍ୟାଙ୍କରରୁ ଗ୍ୟାସ ବାହାରୁଛି । ଜାତୀୟ ରାଜପଥରେ ଯାତାୟତ ବନ୍ଦ ହୋଇ ଯାଇଛି ।
ଖବର ଅନୁଯାୟୀ, ଜାତୀୟ ରାଜପଥ ପୋଷ୍ଟିପଡ଼ା ନିକଟରେ ଭାରସାମ୍ୟ ହରାଇ ଗ୍ୟାସ୍ ଟ୍ୟାଙ୍କରଟି ଓଲଟିପଡିଥିଲା । ଯାହାଫଳରେ ରାସ୍ତାର ଉଭୟ ପଟୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ଓଲଟି ପଡିଥିବା ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି । ଯାହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି ।
