ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା ଦଳର ରାଜ୍ୟସଭା ତାଲିକାରୁ ବାଦ ପଡ଼ିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜାଦଙ୍କୁ ଏକ ଦଳୀୟ ପଦବୀ ପ୍ରଦାନ କରିଥିଲେ କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ସୋନିଆ ଆଜାଦଙ୍କୁ ସାକ୍ଷାତ କରିଥିଲେ ଓ କଥା ହୋଇଥିଲେ ।

ତାଙ୍କ ପାଇଁ କଂଗ୍ରେସର ଯୋଜନା ବାବଦରେ କହିଥିଲେ । ଏହାସହ ଦଳରେ ୨ ନମ୍ବର ପଦରେ ରହି କାମ କରିବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଆଜାଦ ଏବଂ କହିଥିଲେ ଯେ, ଦଳକୁ ଚଲାଉଥିବା ଯୁବ ଚେହେରା ଓ ତାଙ୍କ ଭିତରେ ଗୋଟିଏ ପୀଢିର ବ୍ୟବଧାନ ରହୁଛି । ସେମାନଙ୍କ ବିଚାରଧାରାରେ ମଧ୍ୟ ଫରକ ରହିଛି । ତେଣୁ ସେ ଯୁବ ନେତାଙ୍କ ସହ କାମ କରିବାକୁ ପ୍ରସ୍ତୁତ ନାହାଁନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।