‘ମନ୍ତ୍ରୀଙ୍କ ବୟାନ ପାଇଁ ଦାୟୀ ରହିବେ ନାହିଁ ସରକାର’: ସୁପ୍ରିମକୋର୍ଟ

ଭୁବନେଶ୍ୱର,୩/୧(ସତ୍ୟପାଠ ବ୍ୟୁରୋ): ମନ୍ତ୍ରୀଙ୍କ ବୟାନ ପାଇଁ ସରକାର ଦାୟୀ ରହିବେ ନାହିଁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଅଭିବ୍ୟକ୍ତର ସ୍ୱାଧୀନତା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନ ବେଞ୍ଚ ଏହି ଶୁଣାଣୀ କରିଛନ୍ତି । ବିଚାରପତି ଏସଏ ନଜିରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ ।ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ଏମପି, ବିଧାୟକ କିମ୍ବା ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କ ବକ୍ତବ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିପାରିବ କି ନାହିଁ ଆବେଦନ ନେଇ ଏହି ଶୁଣାଣି କରାଯାଇଥିଲା ।

ଶୁଣାଣି ସମୟରେ ବେଞ୍ଚ କହିଥିଲେ ଯେ, ଧାରା ୧୯(୨) ଅନୁଯାୟୀ ଉଲ୍ଲେଖ ବ୍ୟତୀତ ସାଧାରଣ ପ୍ରତିନିଧୀଙ୍କ ବକ୍ତବ୍ୟ ତଥା ଅଭିବ୍ୟକ୍ତିର ସ୍ବାଧୀନତା ଉପରେ କୌଣସି ଅତିରିକ୍ତ ପ୍ରତିବନ୍ଧକ ଆବଶ୍ୟକ ନାହିଁ। ମନ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ଏକ ଅତ୍ୟନ୍ତ ଜରୁରୀ ଅଧିକାର।ତେବେ ଜଣେ ବ୍ୟକ୍ତିଙ୍କ ବକ୍ତବ୍ୟ ନେଇ ସିଧାସଳଖ ସରକାରଙ୍କୁ ଦାୟୀ କରାଯାଇ ପାରିବ ନାହିଁ ବୋଲି ବେଞ୍ଚ କହିଛନ୍ତି।

ସୂଚନା ଅନୁସାରେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ମନ୍ତ୍ରୀ, ସାଂସଦ, ବିଧାୟକ କିମ୍ବା ଉଚ୍ଚ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ଅଭିବ୍ୟକ୍ତି ତଥା ବକ୍ତବ୍ୟ ଉପରେ କୌଣସି ପ୍ରତିବନ୍ଧକ ରହିପାରିବ କି ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଆବେଦନ ଶୁଣାଣି କରୁଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣୀକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Related Posts