ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା; ନିଜ ଆଡୁ ମାମଲା ରୁଜୁ କଲେ ଓଡ଼ିଶା ମାନବ ଅଧିକାର କମିଶନ

ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲା ଓଡ଼ିଶା ମାନବ ଅଧିକାର କମିଶନ (ଓଏଚଆରସି)। ଜେଲ ବିଭାଗ ସ୍ବତନ୍ତ୍ର ଡିଜି, ବଲାଙ୍ଗିର ଏସଆଇଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍‌ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏହି ଆତ୍ମହତ୍ୟା ଘଟଣାକୁ ନେଇ ସାମ୍ବାଦିକ ସମ୍ବିଳନୀ କରିଛନ୍ତି ଉତ୍ତରାଞ୍ଚଳ ପୋଲିସ ଆଇଜି ଡ.ଦୀପକ କୁମାର । ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି । ଜାତୀୟ ମାନବ ଅଧିକାର କମିଶନ (ଏନଏଚଆରସି), ସୁପ୍ରିମକୋର୍ଟ ଓ ଜୁଡିସିଆଲ ଗାଇଡଲାଇନ୍ ଅନୁସାରେ ତଦନ୍ତ ହେବ ବୋଲି ସେ କହିଛନ୍ତି। ସେପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଯାଞ୍ଚ ସହ ବ୍ୟବଚ୍ଛେଦ ହେବ । ଯାହାର ଭିଡିଓଗ୍ରାଫି ମଧ୍ୟ ହେବବୋଲି କହିଛନ୍ତି ଆଇଜି। ତେବେ ଜେଲ ଡ଼ିଆଇଜି ମଧ୍ୟ ଏହାକୁ ନେଇ ତଦନ୍ତ କରିବେ । ତାଙ୍କ ତଦନ୍ତ ପରେ ସବିଶେଷ ତଥ୍ୟ ସମ୍ନାକୁ ଆସିବ ବୋଲି ସେ ସୂଚନା ଦେଇଛନ୍ତି।

Related Posts