ମଙ୍କିପକ୍ସକୁ ନେଇ ସରକାର ପ୍ରସ୍ତୁତ ଅଛନ୍ତି ସର୍ଭେଲାନ୍ସ ବଢ଼ାଯିବା ସହ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଙ୍କିପକ୍ସ’ମାମଲାକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମଙ୍କିପକ୍ସ ନେଇ ସରକାର ପ୍ରସ୍ତୁତି ରହିଛନ୍ତି। ସମସ୍ତ ମେଡିକାଲ କଲେଜ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ବିଶେଷଜ୍ଞ ଡାକ୍ତରମାନଙ୍କୁ ମଙ୍କିପକ୍ସକୁ ନେଇ ଗାଇଡ଼ଲାଇନ୍‌ ବିଷୟରେ ଅବଗତ କରାଯାଉଛି।

ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ ନଜର ରଖିବାକୁ ଜିଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।ଆହୁରି ମଧ୍ୟ ସେ କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ଥିବ ସେମାନଙ୍କୁ ପରୀକ୍ଷା କରାଯିବା ନେଇ ଆରଏମ୍‌ଆରସି ସହିତ ସ୍ବାସ୍ଥ୍ୟ ବିଭାଗ ଆଲୋଚନା କରିଛି। ସାରା ଦେଶରେ ଆରଏମ୍‌ଆରସି ସମେତ ୧୫ଟି ସ୍ଥାନରେ ମଙ୍କିପକ୍ସ ପରୀକ୍ଷା କରାଯାଉଛି । ମଙ୍କିପକ୍ସକୁ ନେଇ ସର୍ଭେଲାନ୍ସ ବଢ଼ାଯିବା ସହ ବେଡ ପ୍ରସ୍ତୁତ ରଖିବାକୁ କୁହାଯାଇଛି।

Related Posts