ସୋର ଅଞ୍ଚଳର ଦୁଇଟି ଜୁଏଲାରୀ ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ

ସୋର : ସୋର ଅଞ୍ଚଳର ଦୁଇଟି ସ୍ଥାନରେ ଅଚାନକ ଚଢାଉ କରିଛି ଜିଏସ୍‌ଟି ବିଭାଗ l ସିଟି ଏଣ୍ଡ ଜିଏସଟି ବିଭାଗର ୪ ଟିମରେ ୧୬ ଜଣିଆ ବାଲେଶ୍ବର ଓ ବାରିପଦା ୟୁନିଟ ମିଳିତ ଏନଫୋର୍ସମେଣ୍ଟ ଚଢ଼ାଉ କରିଛନ୍ତି l

ସିଟି ଏଣ୍ଡ ଜିଏସଟି ଟିମ ଉତ୍ତରଶ୍ୱର ଜଗନ୍ନାଥ ଜୁଏଲାରୀ ଦୋକାନ ଏବଂ ଏହାର ମାଲିକଙ୍କ କମରପୁର ବାସଭବନରେ ଚଢ଼ାଉ କରିଥିବା ବେଳେ ଅଡଙ୍ଗ ବଜ଼ାର ଦେବୀ ଜୁଏଲାରୀ ଓ ଏହାର ମାଲିକଙ୍କ ବାସଭବନ ଲିଙ୍ଗାପଡାରେ ଚଢ଼ାଉ କରିଛନ୍ତି l ବିଭାଗର ଡେପୁଟି କମିଶନର ପ୍ରମୋଦ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ତେବେ ଏହି ଚଢାଉ ସମୟରେ କଣ କଣ ସବୁ ତଥ୍ୟ ଅଧିକାରୀଙ୍କ ହସ୍ତଗତ ହୋଇଛି ସେନେଇ କିଛି ସୂଚନା ମିଳିନାହିଁ ।

Related Posts