ଅଧା ରହିଲା କାଳିଆ ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ୪ ଗୁରୁତର

ସୋରୋ : ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ତାରିଣୀ ଛକ ନିକଟରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ଜଗନ୍ନାଥ ଦର୍ଶନ କରିବା ଅଧାରେ ରହିଗଲା । ଦୁର୍ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ଚାଲିଗଲା ଜୀବନ । ଦୁଇ ପରିବାର ପଶ୍ଚିମବଙ୍ଗ ହୁଗୁଳିରୁ ଦୁଇଟି ସ୍କର୍ପିଓରେ ପୁରୀ ଅଭିମୁଖେ ଯାଉଥିବା ସମୟରେ ଘଟିଛି ଏହି ଦୁର୍ଘଟଣା ।b

ଆଗରେ ଯାଉଥିବା ଗ୍ୟାସ କଣ୍ଟେନରକୁ ପଛ ପଟୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ପଛରେ ଥିବା ସ୍କର୍ପିଓ ପଛପଟୁ ବାଡେଇ ହୋଇଯାଇଥିଲା । ଫଳରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କ ସମେତ ମହିଳା ପାର୍ବତୀ ଦାସ ଓ ତାଙ୍କ ସ୍ୱାମୀ ଶଙ୍କର ରାଓଙ୍କ ସହ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ୪ଜଣ ଗୁରୁତର ଅବସ୍ଥା ଗୁରୁତର ରହିଛି । ଏମାନଙ୍କୁ ସୋରୋ ମେଡିକାଲରେ ଭର୍ତ୍ତି କରାଯାଇଛି । ରାସ୍ତା କାମ ଚାଲୁଥିବାର ଦୁର୍ଘଟଣା ଘଟିଥିବା କୁହାଯାଉଛି ।

Related Posts