ଟପ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଉପରେ ଜିଏସଟି ଟିମ୍ ପକ୍ଷରୁ ଚଢାଉ: ୧୦ କୋଟିର ଅଧିକ ଟଙ୍କାର ଟିକସ ଫାଙ୍କିବା ଅଭିଯୋଗ

ରାଉରକେଲା: ଜିଏସଟି ଟିକସ ଫାଙ୍କିବା ଅଭିଯୋଗରେ ରାଉରକେଲାରେ କେନ୍ଦ୍ରୀୟ ଜିଏସଟି ଟିମ୍ | ରାଉରକେଲା କୁଆଁରମୁଣ୍ଡା ଟପ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ ଉପରେ ଟିମ ପକ୍ଷରୁ ଚଢାଉ କରାଯାଇଛି | ୧୦ କୋଟିର ଅଧିକ ଟଙ୍କାର ଟିକସ ଫାଙ୍କିବା ନେଇ ଅଭିଯୋଗ ହେବା ପରେ ଏହି ଚଢ଼ାଉ ଚାଲିଛି । କମ୍ପାନୀର ଦୁଇ ନିର୍ଦ୍ଦେଶକ ଶ୍ୟାମ ବିହାରୀ ପ୍ରସାଦ, ଅନୀଲ ପାଣ୍ଡେଙ୍କ ଘର ଓ ଅଫିସରେ ରେଡ୍ ଚାଲିଛି ।

ଖବର ଅନୁଯାୟୀ, ୧୦ କୋଟି ଟଙ୍କାର ଟିକସ ଫାଙ୍କିବା ଅଭିଯୋଗରେ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ରାଉରକେଲା କୁଆଁରମୁଣ୍ଡା ଟପ୍‌ ଟେକ୍‌ ପ୍ରାଇଭେଟ ଲିମିଟେଡ କମ୍ପାନୀରେ ରେଡ୍ ଚାଲିଛି । ଏହି ଚଢାଉରେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବାର ସୂଚନା ମିଳିଛି । ତେବେ ଚଢାଉରେ କେତେ ଜଣ ସାମିଲ ଅଛନ୍ତି । ସେନେଇ କିଛି ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

Related Posts