ଆଜାରବୈଜାନର ରାଜଧାନୀ ବାକୁର ଏକ ନାଇଟ୍ କ୍ଲବରେ ବିସ୍ଫୋରଣ: ଜଣେ ମୃତ, ୩୧ ଜଣ ଗୁରୁତର

ନୂଆଦିଲ୍ଲୀ: ଆଜାରବୈଜାନର ରାଜଧାନୀ ବାକୁରେ ଅଘଟଣ | ଏକ ନାଇଟ୍ କ୍ଲବରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଫଳରେ ଏହି ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏନେଇ ଆଜାରବୈଜାନ ଗୃହ ମନ୍ତ୍ରାଳୟର ମୁଖପାତ୍ର ଏହସାନ ଜାହିଦୋବ ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।

ରିପୋର୍ଟ ଅନୁସାରେ, ହଠାତ ନାଇଟ୍ କ୍ଲବରେ ବିସ୍ଫୋରଣ ହୋଇଥିଲା । ଫଳରେ କ୍ଲବରେ ନିଆଁ ଲାଗି ଯାଇଥିଲା । ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ତେବେ ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୩୧ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଅନ୍ୟପଟେ ଏହି ଭୟଙ୍କର ବିସ୍ପୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି | ଲୋକମାନେ କିପରି ଭୟଭୀତ ହୋଇ ଏଣେତେଣେ ଦୌଡିବାରେ ଲାଗିଛନ୍ତି ତାହା ଦେଖିବାକୁ ମିଳିଛି |

ଆଜାରବୈଜାନ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ, ସ୍ଥିତି ନିୟନ୍ତ୍ରଣରେ ରହିଛି । ନାଗରିକଙ୍କୁ ସେହି ସବୁ ସ୍ଥାନକୁ ଯିବାକୁ ମନା କରାଯାଇଛି । ତେବେ ଏହି ବିସ୍ପୋରଣ କିପରି ହେଲା ସେନେଇ ତଦନ୍ତ ଚାଲିଥିବା ସେ ପ୍ରକାଶ କରିଛନ୍ତି ।

Related Posts