୧୭ ବର୍ଷର ଲିଭ-ଇନ୍‌ ପାର୍ଟନର ସଫିନା ହୁସେନଙ୍କ ହାତ ଧରିଲେ ବଲିଉଡର ୫୪ ବର୍ଷୀୟ ପପୁଲାର ପ୍ରଡ୍ୟୁସର ହଁସଲ ମେହେଟା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ପପୁଲାର ପ୍ରଡ୍ୟୁସର ହଁସଲ ମେହେଟା | ୫୪ ବର୍ଷୀୟ ହଁସଲ ମେହେଟା ନିଜ ଲଙ୍ଗ ଟାଇମ୍‌ ଗାର୍ଲଫ୍ରଣ୍ଡ, ତଥା ୧୭ ବର୍ଷର ଲିଭ-ଇନ୍‌ ପାର୍ଟନର ସଫିନା ହୁସେନଙ୍କ ହାତ ଧରିଛନ୍ତି। ଉଭୟ ହଁସଲ ଓ ସଫିନା ନିଜ ଜୀବନର ନୂଆ ଇନିଙ୍ଗ୍ସ ଆରମ୍ଭ କରିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାରେ ହଁସଲ ଓ ସଫିନା ପରସ୍ପରକୁ ବରଣମାଳା ପିନ୍ଧାଇଥିବା ବେଳେ ନିଜ ଜୀବନର ଏହି ଖାସ୍‌ ସମୟର ଫଟୋଜ ସୋଶାଲ ମିଡିଆରେ ଶେଆର କରିଛନ୍ତି ମେହେଟା । ଏହି ଫଟୋ ପୋଷ୍ଟ ପରେ ମେହେଟା ଦମ୍ପତିଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

ହସଁଲ ମେହେଟା ଓ ସଫିନା ୧୭ ବର୍ଷ ହେଲାଣି ଲିଭ୍‌-ଇନ୍‌ରେ ରହୁଥିବା ବେଳେ ଉଭୟ ୨ କନ୍ୟା ସନ୍ତାନର ପିତାମାତା। ହେଲେ ଆଜି ଉଭୟ ଅଫିସିଆଲି ପତିପତ୍ନୀ ହୋଇଯାଇଛନ୍ତି।

ନିଜ ବିବାହ ବେଳର ଫଟୋ ପୋଷ୍ଟ କରି ବେଶ୍‌ ଭାବୁକ ହୋଇ ପଡ଼ିଲେ ହଁସଲ ମେହେଟା । ଏଥିସହ କ୍ୟାପସନରେ ଲେଖିଛନ୍ତି, ଦୀର୍ଘ ୧୭ ବର୍ଷ ମଧ୍ୟରେ ୨ ଛୁଆ ବଡ଼ ହେବା ପରେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଆମେ ଦୁହେଁ ଏପରି ନିଷ୍ପତ୍ତି ନେଲୁ। ଏହା ଅଚାନକ ଘଟିଥିବା ବେଳେ ଆମ ପ୍ରେମ କିନ୍ତୁ ସତ ଥିଲା। ଶେଷରେ ପ୍ରେମ ସମସ୍ତଙ୍କ ଉପରେ ନିଜ ଯାଦୁ ଚଳାଇ ଦେଇଥାଏ ବୋଲି ଲେଖିଛନ୍ତି ମେହେଟା ।

Related Posts