କୋଭିଡର ନୁଆ ଭାରିଆଣ୍ଟକୁ ରୋକିବ ବୁଷ୍ଟର ଡୋଜ୍, ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଚିଠି ଲେଖିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର,୨୩/୧୨(ସତ୍ୟପାଠ ବ୍ୟୁରୋ): କୋଭିଡର ନୁଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ । ଏନେଇ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, କୋଭିଡର ନୁଆ ଭାରିଆଣ୍ଟ ବିପକ୍ଷରେ ବୁଷ୍ଟର ଡୋଜ ଫଳପ୍ରଦ ହୋଇ ପାରିବ। ହେଲେ ଗତ ୨୮ନଭେମ୍ବରରୁ ସରକାରୀ ଟୀକାକାରଣ ବନ୍ଦ ରହିଛି। ଏବେ ଟୀକାକରଣ ଜରୁରୀ ହୋଇଥିବାରୁ ପୁଣିଥରେ କେନ୍ଦ୍ରକୁ ଟିକା ଯୋଗାଣ ପାଇଁ ଅନୁରୋଧ କରିବୁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟିକାକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟିକା ଦିଆ ସରିଛି । ଫାଷ୍ଟ ଡୋଜ୍ ୯୭%, ସେକେଣ୍ଡ ଡୋଜ ୯୪% ଓ ପ୍ରିକସନ ଡୋଜ୍ ୪୧% ଲୋକେ ନେଇଛନ୍ତି । ତେବେ ୨୫ ଲକ୍ଷ ନେଇନାହାନ୍ତି ଦ୍ୱତୀୟ ଡୋଜ ଆଉ ୫୯% ନେଇନାହାନ୍ତି ପ୍ରିକସନ ଡୋଜ । ବର୍ତ୍ତମାନ ଟିକା ଯୋଗାଣ ନାହିଁ ଯେତିକି ଥିଲା ସରିଯାଇଛି, ସମସ୍ତ ପ୍ରକାର ଟିକା ଆମର ସରିଯାଇଛି କିନ୍ତୁ ଏଥିପ୍ରତି ଆମେ ସଜାଗ ଅଛୁ ବୋଲି ସେ କହିଛନ୍ତି।

ସଂକ୍ରମଣକୁ ପ୍ରତିହତ ପାଇଁ ଓଡିଶା ସରକାର ପ୍ରସ୍ତୁତ । ବୈଠକ ଅଛି ନିଷ୍ପତି ପରେ ଟିକା ଯୋଗାଇଦେବା ପାଇଁ ଚିଠି ଲେଖିବୁ ବୋଲି ସେ କହିଛନ୍ତି । ତେବେ ରାଜ୍ୟରେ ୧୨ଟି ପ୍ରାଇଭେଟ ହସ୍ପିଟାଲ ରେ ଏବେ ଟିକାକରଣ ଚାଲିଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗାଯାଇଥିଲା । ପ୍ରିକସନ ଡୋଜ ନେଇଥିବା ଲୋକେ ସୁରକ୍ଷିତ । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି । ତେବେ ନୂଆ ଭାରିଆଣ୍ଟକୁ ବୁଷ୍ଟର ଡୋଜ ରୋକିପାରିବ ବୋଲି ସେ କହିଛନ୍ତି ।

Related Posts